ଫୋନ ଟ୍ୟାପିଂ ମାମଲାରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଗିରଫ କଲା ଇଡି

ଫୋନ ଟ୍ୟାପିଂ ମାମଲାରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଗିରଫ କଲା ଇଡି

ମୁମ୍ବାଇ: ଫୋନ ଟ୍ୟାପିଂ ମାମଲାରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଇଡି ଗିରଫ କରିଛି। ସେ ବେଆଇନ ଭାବେ ଏନଏସଇ(ନ୍ୟାସନାଲ ଷ୍ଟକ ଏକ୍ସଚେଂଜ) କର୍ମଚାରୀଙ୍କ କଲ୍ ରେକର୍ଡ କରିଥିବା ଅଭିଯୋଗ ହୋଇଛି। ପାଣ୍ଡେ ଜୁନ୍ ୩୦ ରେ ଅବସର ନେଇଥିଲେ। ସେ ୨୦୦୯ ରୁ ୨୦୧୭ ମଧ୍ୟରେ ଏନଏସଇ କର୍ମଚାରୀଙ୍କ ଫୋନ୍ କଲ ରେକର୍ଡ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଆଇଏସଇସି ସର୍ଭିସେସ୍ ପିଭି ଲିମିଟେଡ୍ ନାମକ ଏକ କମ୍ପାନି ତାଙ୍କୁ ୪.୪୫ କୋଟି ଟଙ୍କା ଦେଇଥିଲା।

ତିନି ଜଣଙ୍କୁ ପଚରାଉଚରା କରି କେନ୍ଦ୍ରୀୟ ଏଜେନ୍ସି ସୋମବାର ଦିଲ୍ଲୀ କୋର୍ଟରେ ଦାବି କରିଥିଲା ଯେ ୧୯୯୭ ମସିହାରୁ ଏନଏସଇ କର୍ମଚାରୀଙ୍କ ଫୋନ୍ ଟ୍ୟାପ୍ ଚାଲିଛି ଏବଂ ଏହା ସହ ଜଡିତ ପ୍ରମାଣ ମଧ୍ୟ ଜବତ କରାଯାଇଛି। ଏହା ପୂର୍ବରୁ ସିବିଆଇ ୧୦୦ କୋଟି ଟଙ୍କା ଆଦାୟ ମାମଲାରେ ପାଣ୍ଡେ ଏବଂ ଅନ୍ୟ ପୂର୍ବତନ ପୁଲିସ କମିଶନର ପରମବୀର ସିଂଙ୍କୁ ମଧ୍ୟ ପ୍ରଶ୍ନ କରିଥିଲା।

ଏନଏସଇରେ ଆର୍ଥିକ ଅନିୟମିତତା ଅନୁସନ୍ଧାନ କରୁଥିବାବେଳେ ଇଡି ଏବାବଦରେ ଜାଣିପାରିଥିଲା । ଏହା ପରେ ଇଡି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏହି ସୂଚନା ଦେଇଥିଲା। ଏହା ପରେ ସିବିଆଇକୁ ଏହି ଅଭିଯୋଗର ତଦନ୍ତ କରିବାକୁ କୁହାଯାଇଥିଲା। ଫୋନ୍ ଟ୍ୟାପିଂ ମାମଲାରେ ସଞ୍ଜୟ ପାଣ୍ଡେଙ୍କ ବିରୋଧରେ ଉଭୟ ସିବିଆଇ ଏବଂ ଇଡି ଏକ ମାମଲା ରୁଜୁ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe