ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ (ଏମ୍ସିଡି)ର ନୂଆ ଆୟୁକ୍ତ ହୋଇଛନ୍ତି ୧୯୯୪ ବ୍ୟାଚ ଆଇଏଏସ୍ ଅଧିକାରୀ ସଞ୍ଜିବ ଖିରୱାର। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନୂଆ ନିଯୁକ୍ତିକୁ ମଞ୍ଜୁରି ମିଳିଛି। ମନ୍ତ୍ରାଳୟ ପକ୍ଷରୁ ଜାରି ସରକାରୀ ନିର୍ଦ୍ଦେଶନାମାକୁ ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି। ସଞ୍ଜିବ ଖିରୱାର ଅରୁଣାଚଳ ପ୍ରଦେଶ- ଗୋଆ- ମିଜୋରାମ ଏବଂ କେନ୍ଦ୍ର ଶାସିତ ପ୍ରଦେଶ (ଏଜିଏମ୍ୟୁଟି) କ୍ୟାଡରର ଅଧିକାରୀ ଅଟନ୍ତି। ସେ ଏମ୍ସିଡି ଆୟୁକ୍ତ ଭାବେ ଅଶ୍ବିନୀ କୁମାର (୧୯୯୨ ବ୍ୟାଚ)ଙ୍କ ସ୍ଥାନ ନେବେ।
ଆହୁରି ପଢନ୍ତୁ- Trump-Putin: ଟ୍ରମ୍ପଙ୍କ ଶାନ୍ତି ବୋର୍ଡକୁ ଫ୍ରିଜ୍ ରୁଷୀୟ ସମ୍ପତ୍ତିରୁ ୧ ବିଲିୟନ ଡଲାର ଦେବାକୁ କହିଲେ ପୁଟିନ
ଅଶ୍ବିନୀ କୁମାରଙ୍କୁ ଦିଲ୍ଲୀରୁ ଜମ୍ମୁ-କାଶ୍ମୀର ବଦଳି କରାଯାଇଛି। ଦିଲ୍ଲୀ ମହାନଗର ନିଗମ ଚଳିତ ମାସ ଶେଷ ସୁଦ୍ଧା ଏହାର ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବାବେଳେ ଖିରୱାରଙ୍କୁ ଏମ୍ସିଡି ଆୟୁକ୍ତ ଭାବେ ନୂଆ ନିଯୁକ୍ତି ମିଳିଛି । ଖିରୱାର ୨୦୨୨ରେ ତ୍ୟାଗରାଜ ଷ୍ଟାଡିୟମକୁ ନେଇ ବିବାଦକୁ ଆସିଥିଲେ। ଅଭିଯୋଗ ହୋଇଥିଲା ଯେ, ସେ ତାଙ୍କ କୁକୁରକୁ ବୁଲେଇବା ପାଇଁ ଷ୍ଟାଡିୟମ୍କୁ ସନ୍ଧ୍ୟା ୭ଟା ସୁଦ୍ଧା ଖାଲି କରିଦେଉଥିଲେ। ଏହି ଘଟଣାକୁ ନେଇ ବିବାଦ ପରେ କେନ୍ଦ୍ର ସରକାର ଖିରୱାରଙ୍କୁ ଦିଲ୍ଲୀରୁ ଲଦାଖକୁ ବଦଳି କରିଦେଇଥିଲେ। ଖିରୱାରଙ୍କ ପତ୍ନୀଙ୍କୁ ଅରୁଣାଚଳ ପ୍ରଦେଶ ବଦଳି କରିଦିଆଯାଇଥିଲା। ଚାରି ବର୍ଷ ପରେ ଖିରୱାରଙ୍କୁ ଦିଲ୍ଲୀର ସବୁଠୁ ଗୁରୁତ୍ବପୂର୍ଣ୍ଣ ପଦକୁ ଅଣାଯାଇଛି। ଏହାପୂର୍ବରୁ ସେ ରାଜସ୍ବ ଆୟୁକ୍ତ, ପରିବେଶ ବିଭାଗ ସଚିବ ଓ ବାଣିଜ୍ୟ ଓ ଟିକସ ଆୟୁକ୍ତ ପରି ଗୁରୁତ୍ବପୂର୍ଣ୍ଣ ପଦବିରେ ରହିସାରିଛନ୍ତି।
ଆହୁରି ପଢନ୍ତୁ- Gautam Gambhir- ମୋତେ ମୋ ଦଳ ବିପକ୍ଷରେ ଛିଡ଼ା କରାଯାଉଛି, ଝଡ଼ ଥମିଗଲା ପରେ ସବୁକିଛି ସ୍ପଷ୍ଟ ହୋଇଯିବ...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/22/new-project-32-2026-01-22-19-16-39.jpg)