ସଂଜୀବ ପାଣିଗ୍ରାହୀଙ୍କୁ ହାଇକୋର୍ଟ ବିଚାରପତି ନିଯୁକ୍ତି ସୁପାରିସ ଚ୍ୟାଲେଂଜ ପିଟିସନ୍‌ ସୁପ୍ରିମକୋର୍ଟରେ ଖାରଜ

Advertisment
ସଂଜୀବ ପାଣିଗ୍ରାହୀଙ୍କୁ ହାଇକୋର୍ଟ ବିଚାରପତି ନିଯୁକ୍ତି ସୁପାରିସ ଚ୍ୟାଲେଂଜ ପିଟିସନ୍‌ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ସଂଜୀବ କୁମାର ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍‌ ଦ୍ବାରା ହୋଇଥିବା ସୁପାରିସକୁ ଚ୍ୟାଲେଂଜ କରି ଦାଖଲ କରାଯାଇଥିବା ପିଟିସନ୍‌ ଆଜି ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି।

ଇଣ୍ଟରକଣ୍ଟିନେଣ୍ଟାଲ୍‌ ଆସୋସିଏସନ୍‌ ଅଫ୍‌ ଲୟର୍ସର ଅଧ୍ୟକ୍ଷ ଦେବାଶିଷ ମିଶ୍ରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍‌କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇ, ବିଚାରପତି ଏସ୍‌ ଏ ବବ୍‌ଡ଼େ ଓ ବିଚାରପତି ଅବଦୁଲ ଏ ନଜିରଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଇଣ୍ଟରକଣ୍ଟିନେଣ୍ଟାଲ୍‌ ଆସୋସିଏସନ୍‌ ଅଫ୍‌ ଲୟର୍ସ ଦ୍ବାରା ତିନୋଟି ଭିନ୍ନ ଭିନ୍ନ ପିଟିସନ୍‌ରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରା ଅକ୍ଟୋବର ୧୫ରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ଅଦାଲତ ଅବମାନନା ମାମଲା ଖାରଜ କରିବା, ଓଡ଼ିଶା ହାଇକୋର୍ଟ କଲେଜିୟମର ୩ ଜଣ ବିଚାରପତିଙ୍କୁ ଅନ୍ୟତ୍ର ବଦଳି କରିବା ତଥା ସଂଜୀବ କୁମାର ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ନିଯୁକ୍ତି ପାଇଁ କରାଯାଇଥିବା ସୁପାରିସ ଯୋଗ୍ୟତା ଆଧାରରେ ନା ଅନ୍ୟ କିଛି ପ୍ରଭାବରେ କରାଯାଇଛି ସେନେଇ ସିବିଆଇ ତଦନ୍ତ ପାଇଁ ପିଟିସନ୍‌ରେ ଦାବି କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଚଳିତ ମାସ ୪ ତାରିଖରେ ସୁପ୍ରିମକୋର୍ଟର ଆଇନଜୀବୀ ସଂଜୀବ କୁମାର ପାଣିଗ୍ରାହୀ ଓ ଜୁଡିସିଆଲ ଅଫିସର ବିଭୂପ୍ରସାଦ ରାଉତରାୟଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe