ସାଂସଦ ଆଦର୍ଶ ଗ୍ରାମ ଯୋଜନା: ପଛରେ ଓଡ଼ିଶା

Advertisment

୪୩.୭୬ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ ଶେଷ

୪୩.୭୬ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ ଶେଷ

ସାଂସଦ ଆଦର୍ଶ ଗ୍ରାମ ଯୋଜନା: ପଛରେ ଓଡ଼ିଶା

Ommcom News

ନୂଆଦିଲ୍ଲୀ : ସାଂସଦ ଆଦର୍ଶ ଗ୍ରାମ ଯୋଜନା (ଏସ୍‌ଏଜିୱାଇ)ରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ସନ୍ତୋଷଜନକ ନୁହେଁ। କେନ୍ଦ୍ର ଗ୍ରାମ୍ୟ ମନ୍ତ୍ରାଳୟ ତଥ୍ୟରୁ ଏହା ଜଣାପଡ଼ିଛି। ମନ୍ତ୍ରାଳୟର ତଥ୍ୟ ଅନୁସାରେ ଚଳିତ ମାସ ଅକ୍ଟୋବର ୧୨ ତାରିଖ ସୁଦ୍ଧା ଓଡ଼ିଶାର ସାଂସଦମାନେ ମାତ୍ର ୮୪ଟି ଗ୍ରାମ ପଂଚାୟତକୁ ସାଂସଦ ଆଦର୍ଶ ଗ୍ରାମ ପାଇଁ ଚିହ୍ନଟ କରିଛନ୍ତି। ସେଥି ମଧ୍ୟରୁ ୫୧ଟି ଗ୍ରାମ ପଂଚାୟତରେ ଗ୍ରାମ ବିକାଶ ଯୋଜନା ପ୍ରସ୍ତୁତ କରାଯାଇଛି। ଏସବୁ ଗ୍ରାମ ଲାଗି ସମୁଦାୟ ୧୬୭୫ ଟି ପ୍ରକଳ୍ପ ଲାଗି ଖସଡ଼ା ପ୍ରସ୍ତୁତ କରାଯାଇଥିବା ବେଳେ ସେଥି ମଧ୍ୟରୁ ମାତ୍ର ୭୩୩ ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି ଏବଂ ୭୨୨ ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଥିବା ମନ୍ତ୍ରାଳୟର ତଥ୍ୟରୁ ଜଣାପଡ଼ିଛି। ସଫଳତା ହାର ରହିଛି ୪୩.୭୬ ପ୍ରତିଶତ।

ଅପରପକ୍ଷେ ତାମିଲନାଡ଼ୁ, ଉତ୍ତରପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ, ଛତିଶଗଡ଼, ମିଜୋରାମ, ମଧ୍ୟପ୍ରଦେଶ, ହରିୟାଣା, ମଣିପୁର, ଉତ୍ତରାଖଣ୍ଡ, ସିକିମ ଓ କେରଳର ପ୍ରଦର୍ଶନ ଓଡ଼ିଶା ତୁଳନାରେ ଭଲ ରହିଛି। ତାମିଲନାଡ଼ୁରେ ୯୦.୯୭%, ଉତ୍ତର‌ପ୍ରଦେଶରେ ୮୯.୩୨%, ଗୁଜୁରାଟରେ ୭୯.୫୩%, କର୍ଣ୍ଣାଟକରେ ୭୬.୭୧%, ଛତିଶଗଡ଼ରେ ୭୩.୯୨%, ମିଜୋରାମରେ ୭୦.୦୪ %, ମଧ୍ୟପ୍ରଦେଶରେ ୬୮.୯୪%, ହରିୟାଣାରେ ୬୬.୫୨%, ମଣିପୁରରେ ୬୪.୮୫%, ଉତ୍ତରାଖଣ୍ଡରେ ୬୨.୮୯%, ସିକିମରେ ୬୨.୭୬ % ଓ କେରଳରେ ୬୧.୭୭ ପ୍ରତିଶତ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି।

publive-image YouTube

୨୦୨୨ ସୁଦ୍ଧା ଯୋଜନା ଅନ୍ତର୍ଗତ ଗ୍ରାମଗୁଡ଼ିକୁ ଜାତୀୟ ଐକ୍ୟ ଓ ସମୃଦ୍ଧିର ପ୍ରତୀକ ରୂପେ ବିବେଚନା ପାଇଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଥିବା ବେଳେ ଯୋଜନା‌ର କଚ୍ଛପ ଗତି ଏହି ଯୋଜନାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମନ୍ତ୍ରାଳୟର ତଥ୍ୟ ଅନୁସାରେ ଯୋଜନାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଅକ୍ଟୋବର ୧୨ ତାରିଖ ସୁଦ୍ଧା ୮୩,୦୩୯ ପ୍ରକଳ୍ପରୁ ୫୩,୪୨୩ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ ହୋଇଛି। ୨୩,୧୭୮ ପ୍ରକଳ୍ପର କାର୍ଯ୍ୟ ଏବେବି ଜାରି ରହିଛି। ମୋଦୀ ସରକାରଙ୍କର ପ୍ରଥମ ପାଳି ସମୟରେ ଅର୍ଥାତ ୨୦୧୪ ମସିହା ଅକ୍ଟୋବର ୧୧ରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅନୁଯାୟୀ ସାଂସଦମାନଙ୍କ ଦ୍ବାରା ଚିହ୍ନଟ ହୋଇଥିବା ଗ୍ରାମଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଯୋଜନା‌ରେ ଚିହ୍ନଟ ଗ୍ରାମଗୁଡ଼ିକରେ ଶିକ୍ଷା, ସ୍ବାସ୍ଥ୍ୟ, ପୁଷ୍ଟିସାଧନ, ଜୀବନଜୀବିକା, ଦକ୍ଷତା, ଆର୍ଥିକ ବିକାଶ, ପରିବେଶ ଉନ୍ନତି ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ବାରୋପ କରାଯାଉଛି। ମନ୍ତ୍ରାଳୟ ତଥ୍ୟରୁ ଏହି ଯୋଜନାର ଅଗ୍ରଗତି ନେଇ ଯେଉଁ ଚିତ୍ର ଆସିଛି, ସେଥିରୁ ଯୋଜନାର ଲକ୍ଷ୍ୟ ହାସଲ କରିବା କଷ୍ଟକର ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe