ଉତ୍ତରାଖଣ୍ଡ ରେଳ ଷ୍ଟେସନ୍‌ ସାଇନ୍‌ବୋର୍ଡରେ ଉର୍ଦ୍ଦୁ ପରିବର୍ତ୍ତେ ସଂସ୍କୃତରେ ଲେଖାଯିବ ଷ୍ଟେସନ୍‌ର ନାଁ

Advertisment
ଉତ୍ତରାଖଣ୍ଡ ରେଳ ଷ୍ଟେସନ୍‌ ସାଇନ୍‌ବୋର୍ଡରେ ଉର୍ଦ୍ଦୁ ପରିବର୍ତ୍ତେ ସଂସ୍କୃତରେ ଲେଖାଯିବ ଷ୍ଟେସନ୍‌ର ନାଁ

Image Source: Navabharat Times

ଡେରାଡୁନ୍‌: ଉତ୍ତରାଖଣ୍ଡ ରାଜ୍ୟର ସମସ୍ତ ରେଳ ପ୍ଲାଟଫର୍ମରେ ଥିବା ସାଇନ୍‌ବୋର୍ଡରେ ଉର୍ଦ୍ଦୁ ଭାଷା ପରବର୍ତ୍ତେ ସଂସ୍କୃତ ଭାଷାରେ ଷ୍ଟେସନ୍‌ର ନାଁ ଲେଖିବାକୁ ରେଳ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ପ୍ଲାଟ୍‌ଫର୍ମ ସାଇନ୍‌ବୋର୍ଡରେ ହିନ୍ଦି, ଇଂରାଜୀ ଏବଂ ଉର୍ଦ୍ଦୁ ଭାଷାରେ ସମ୍ପୃକ୍ତ ଷ୍ଟେସନ୍‌ର ନାଁ ଲେଖାଯାଇଥାଏ। କିନ୍ତୁ, ଏବେ ସେଥିରେ ହିନ୍ଦୀ, ଇଂରାଜୀ ଏବଂ ସଂସ୍କୃତ ଭାଷାରେ ଷ୍ଟେସନ୍‌ର ନାମ ଲେଖାଯିବ।

ରେଳ ଅଧିକାରୀମାନଙ୍କ କହିବା ଅନୁସାରେ, ରେଳ ମାନୁଆଲ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏ ଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମାନୁଆଲ୍‌ରେ ଉଲ୍ଲେଖ ଅଛି- ରେଳ ଷ୍ଟେସନ୍‌ର ନାଁ ହିନ୍ଦୀ, ଇଂରାଜୀ ଏବଂ ରାଜ୍ୟର ଦ୍ୱିତୀୟ ଭାଷାରେ ଲେଖାଯିବ। ୨୦୧୦ରେ ଉତ୍ତରାଖଣ୍ଡ ସରକାର ସଂସ୍କୃତକୁ ରାଜ୍ୟର ଦ୍ୱିତୀୟ ଭାଷାର ମାନ୍ୟତା ଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ କହିଥିଲେ ଯେ ରାଜ୍ୟରେ ସଂସ୍କୃତ ଭାଷାର ପ୍ରସାର କରାଇବା ତାଙ୍କର ଅଭିପ୍ରାୟ।

publive-image Image Source: News18

ପ୍ଲାଟ୍‌ଫର୍ମ ସାଇନ୍‌ବୋର୍ଡରେ ଦ୍ୱିତୀୟ ଭାଷା ସଂସ୍କୃତ ଲେଖାଯାଉ ନାହିଁ ବୋଲି ଜଣେ ସ୍ଥାନୀୟ ନେତା ଦର୍ଶାଇବାରୁ ମୋରାଦାବାଦ ରେଳ ଡିଭିଜନ୍‌ ଏହି ନିମୟ କାର୍ଯ୍ୟକାରୀ କରିବାକୁ ଆଦେଶ ଦେଇଛନ୍ତି।

ଏହି ନିଷ୍ପତ୍ତି ନେବାକୁ କାହିଁକି ୧୦ ବର୍ଷ ଲାଗିଲା ବୋଲି ପଚରା ଯିବାରୁ ନଦର୍ଣ୍ଣ ରେଲ୍‌େଓ୍ଵର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦୀପକ କୁମାର କହନ୍ତି: ଉର୍ଦ୍ଦୁ ଉତ୍ତରପ୍ରଦେଶର ଦ୍ୱିତୀୟ ଭାଷା। ପୂର୍ବରୁ ଉତ୍ତରାଖଣ୍ଡ ଉତ୍ତରପ୍ରଦେଶର ଅଂଶବିଶେଷ ଥିବାରୁ ସାଇନ୍‌ବୋର୍ଡରେ ଉର୍ଦ୍ଦୁ ଭାଷାରେ ଲେଖାଯାଉଥିଲା। କେହି ଜଣେ ଏ କଥା ଦର୍ଶାଇବାରୁ ଆମେ ଭାଷା ପରିବର୍ତ୍ତନ କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe