ଭୁବନେଶ୍ୱର: ରାଜ୍ୟସଭାରେ ସାନ୍ତାଳୀ ଭାଷାକୁ ମିଳିଲା ମାନ୍ୟତା। ରାଜ୍ୟସଭାରେ ସାଂସଦମାନେ ସାନ୍ତାଳୀ ଭାଷାରେ ସେମାନଙ୍କ ମତାମତ ଉପସ୍ଥାପନ କରି ପାରିବେ।ଏ ନେଇ ଆଜି ରାଜ୍ୟସଭା ସଚିବାଳୟ ପକ୍ଷରୁ ଘୋଷଣା କରାଯାଇଛି।
ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ କହିଛନ୍ତି ଯେ ରାଜ୍ୟସଭା ସଚିବାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଏଣିକି ସାଂସଦ ମାନେ ସାନ୍ତାଳୀ ଭାଷାରେ ସେମାନଙ୍କ ଭାଷଣ/ମତାମତ ରାଜ୍ୟସଭାରେ ଦେଇ ପାରିବେ। ଏଥିପାଇଁ ରାଜ୍ୟ ସଭାରେ ସାନ୍ତାଳୀ ଭାଷାକୁ ମାନ୍ୟତା ପ୍ରଦାନ କରାଯାଇଛି। ସାନ୍ତାଳୀ ଭାଷା ସହିତ ଡୋଗ୍ରୀ, କୋଙ୍କଣୀ, କାଶ୍ମିରୀ ଓ ସିନ୍ଧିି ଭାଷାକୁ ମଧ୍ୟ ମାନ୍ୟତା ପ୍ରଦାନ କରାଯାଇଥିବା ଶ୍ରୀ ନାଇଡୁ କହିଛନ୍ତି। ଏହି ୫ଟି ଆଞ୍ଚଳିକ ଭାଷାକୁ ମିଶାଇ ରାଜ୍ୟସଭାରେ ଭାଷା ମାନ୍ୟତା ସଂଖ୍ୟା ୨୨କୁ ବୃଦ୍ଧି ପାଇଛି ବୋଲି ଶ୍ରୀ ନାଇଡୁ କହିଛନ୍ତି।
ରାଜ୍ୟସଭାରେ ସାନ୍ତାଳୀ ଭାଷାକୁ ମିଳିଲା ମାନ୍ୟତା
Advertisment
Follow Us