ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରୀଙ୍କ ଦେହାନ୍ତ

Advertisment
ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରୀଙ୍କ ଦେହାନ୍ତ

Image Courtesy: The Indian Express

ନୂଆଦିଲ୍ଲୀ: ଖ୍ୟାତନାମା ସନ୍ତୁର ବାଦକ ଏବଂ ପ୍ରସିଦ୍ଧ ସଂଗୀତକାର ପଣ୍ଡିତ ଭଜନ ସୋପୋରୀଙ୍କ ଗୁରୁବାର ଦେହାନ୍ତ ହୋଇଯାଇଛି। ସେ ଗୁରୁଗ୍ରାମର ଫୋର୍ଟିସ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ଭଜନ ସୋପୋରୀ କଶ୍ମୀରର ସୋପୋର ଉପତ୍ୟକାର ବାସିନ୍ଦା ଥିଲେ। ସେ ଭାରତୀୟ ଶାସ୍ତ୍ରୀୟ ସଂଗୀତର ସୁଫିଆନା ଘରାନାର ଥିଲେ।

ଭଜନ ସୋପୋରୀ ୧୯୫୩ରେ ମାତ୍ର ପାଞ୍ଚ ବର୍ଷ ବୟସର ହୋଇଥିବା ବେଳେ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ପରେ ଅନେକ ଦଶନ୍ଧି ଧରି ଚାଲିଥିବା କ୍ୟାରିୟରରେ ସେ ଇଜିପ୍ଟ, ଇଂଲଣ୍ଡ, ଜର୍ମାନୀ ଏବଂ ଆମେରିକାରେ ଅନେକ କାର୍ଯ୍ୟକ୍ରମ କରିଥିଲେ।

ସେ ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟରୁ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଂଗୀତ ଏବଂ ତାଙ୍କ ଜେଜେବାପା ଏସସି ସୋପୋରୀ ଏବଂ ପିତା ଶାମ୍ଭୁନାଥଙ୍କ ଠାରୁ ହିନ୍ଦୁସ୍ତାନୀ ଶିଖିଥିଲେ। ଭଜନ ସୋପୋରୀ ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟରେ ସଂଗୀତ ଶିକ୍ଷା ମଧ୍ୟ ଦେଉଥିଲେ।

ଭାରତୀୟ ଶାସ୍ତ୍ରୀୟ ସଂଗୀତରେ ତାଙ୍କର ଅବଦାନ ପାଇଁ ସୋପୋରୀଙ୍କୁ ୧୯୯୨ରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ୨୦୦୪ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଗତ ମାସରେ କିମ୍ବଦନ୍ତୀ ସଂଗୀତଜ୍ଞ ତଥା ଅନ୍ୟତମ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ହୃଦାଘାତରେ ଦେହାନ୍ତ ପରେ ଆଜି ଭଜନ ସୋପୋରୀଙ୍କ ବିୟୋଗ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe