ମହାବୀର ଚକ୍ରକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସନ୍ତୋଷ ବାବୁଙ୍କ ପରିବାର

Advertisment
ମହାବୀର ଚକ୍ରକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସନ୍ତୋଷ ବାବୁଙ୍କ ପରିବାର

photo-avaition analysis wing

ହାଇଦ୍ରାବାଦ: ଗତ ବର୍ଷ ଜୁନରେ ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହିତ ସାହସର ସହ ଲଢ଼ି ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ଦେବାକୁ ଘୋଷଣା କରାଯାଇଥିଲା | ତେବେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ପ୍ରଦାନ କରାଯାଇଥିବାରୁ ତାଙ୍କ ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମହାବୀର ଚକ୍ର ହେଉଛି ଭାରତର ଦ୍ୱିତୀୟ ଗ୍ୟାଲେଣ୍ଟ୍ରି ପୁରସ୍କାର | ପୁରସ୍କାର ପାଇଁ ଘୋଷଣା ପରେ ସନ୍ତୋଷ ବାବୁଙ୍କ ବାପା ବିକୁମଲା ଉପେନ୍ଦ୍ର କହିଛନ୍ତି ଯେ ମହାବୀର ଚକ୍ରକୁ ନେଇ ଆମେ ସମ୍ପୂର୍ଣ୍ଣ ନିରାଶ ହୋଇଛୁ।

ସେ କହିଛନ୍ତି ଯେ, 'ମୋ ପୁଅ ଯେଉଁ ପ୍ରକାର ବଳିଦାନ ଦେଇଛି, ମୁଁ ଆଶା କରୁଥିଲି ଯେ ତାଙ୍କୁ ପରମ ବୀର ଚକ୍ର ପ୍ରଦାନ କରାଯିବ'। ପରମବୀର ଚକ୍ର ହେଉଛି ଭାରତର ସବୁଠାରୁ ବଡ ଗ୍ୟାଲେଣ୍ଟ୍ରି ପୁରସ୍କାର | ସନ୍ତୋଷ ବାବୁଙ୍କ ବାପା କହିଛନ୍ତି ଯେ, 'ସନ୍ତୋଷ ବାବୁ କୌଣସି ଅସ୍ତ୍ର ବ୍ୟବହାର ନକରି ଶତ୍ରୁମାନଙ୍କ ସହ ଲଢ଼ିଥିଲେ ଏବଂ ବହୁ କ୍ଷତି ଘଟାଇଥିଲେ। ମୋ ପୁଅ ଚାଇନାର ସେନାକୁ ସାମ୍ନା କରିବାକୁ ବହୁତ ସାହସ ଦେଖାଇଥିଲେ | ତାଙ୍କର ସାହସିକତା ହେତୁ ଚୀନ୍ ସେନାକୁ ପଛକୁ ଫେରିବାକୁ ପଡିଥିଲା' |

ସୂଚନା ଥାଉ କି ଜୁନ୍ ୧୫ ରେ, ଗଲୱାନ୍ ଉପତ୍ୟକାରେ ହୋଇଥିବା ସଂଘର୍ଷରେ ୧୬ତମ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ସନ୍ତୋଷ ବାବୁଙ୍କ ସମେତ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଯାଇଥିଲେ | ଏହି ସଂଘର୍ଷରେ ଚୀନ୍ ସୈନିକଙ୍କ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ପ୍ରକାଶ କରିନଥିଲେ ବି ସ୍ୱୀକାର କରିଥିଲା ଯେ ତାର ବହୁସଂଖ୍ୟକ ସୈନିକ ମଧ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe