ଛତିଶଗଡ଼ରେ ସପା ନେତାଙ୍କୁ ଅପହରଣ ପରେ ହତ୍ୟା

ଛତିଶଗଡ଼ରେ ସପା ନେତାଙ୍କୁ ଅପହରଣ ପରେ ହତ୍ୟା

.hindustantimes.com

ରାୟପୁର : ଛତିଶଗଡ଼ର ବି‌ଜେପୁର ଜିଲ୍ଲାରେ ଜଣେ ସପା ନେତାଙ୍କୁ ମାଓବାଦୀମାନେ ଅପହରଣ ପରେ ହତ୍ୟା କରିଛନ୍ତି। ସପାର ଛତିଶଗଡ଼ ରାଜ୍ୟ ଉପାଧ୍ୟକ୍ଷ ସନ୍ତୋଷ ପୁନମ୍‌ଙ୍କୁ ଗତକାଲି ସନ୍ଧ୍ୟାରେ ମାଓବାଦୀମାନେ ଏକ ନିର୍ମାଣ ସ୍ଥଳରୁ ଅପହରଣ କରିନେଇଥିଲେ। ପରେ ସେମାନେ ପୁନମ୍‌ଙ୍କୁ ହତ୍ୟା କରିଛନ୍ତି। କିନ୍ତୁ ଘଟଣା ସମ୍ପର୍କରେ ଆଜି ସକାଳେ ଜଣାପଡ଼ିଛି। ବିଜେପୁର ବାସିନ୍ଦା ପୁନମ୍‌ ଜଣେ ଠିକାଦାର ଭାବେ ମଧ୍ୟ କାର୍ଯ୍ୟ କରନ୍ତି। ତେବେ ଆଜି ସକାଳେ ମରିମଲ୍ଲା ଗ୍ରାମର ଲୋକମାନେ ପୁ‌ନମ୍‌ଙ୍କ ମର ଶରୀର ଚିହ୍ନଟ କରିବାପରେ ପୁଲିସରେ ଖବର ଦେଇଥି‌ଲେ। ପୁନମ୍‌ଙ୍କ ଗାଡ଼ି‌ରେ ମଧ୍ୟ ନିଆଁ ଲଗାଇ ଦିଆଯାଇଥିବା ଜଣାପଡ଼ିଛି। ସେ ଗତବର୍ଷ ସପା ଟିକେଟ୍‌ରେ ବିଜେପୁର ଆସନରୁ ବିଧାନସଭା ନିର୍ବା‌ଚନ ଲଢ଼ିଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe