ଶିବପାଲ, ରାଜଭରଙ୍କୁ ସପାର ଚିଠି: ନିଜ ଇଚ୍ଛାରେ ଦଳ ଛାଡ଼ିପାରିବେ

ସପା ସହ ମେଣ୍ଟ ଭାଙ୍ଗିଲା ରାଜଭରଙ୍କ ଏସ୍‌ବିଏସପି

ଶିବପାଲ, ରାଜଭରଙ୍କୁ ସପାର ଚିଠି: ନିଜ ଇଚ୍ଛାରେ ଦଳ ଛାଡ଼ିପାରିବେ

AmarUjala

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଆଜି ତାଙ୍କ କାକା ଶିବପାଲ ଯାଦବ ଏବଂ ସହଯୋଗୀ ଓମ୍‌ ପ୍ରକାଶ ରାଜଭରଙ୍କୁ କହିଛନ୍ତି ସେମାନେ ନିଜ ଇଚ୍ଛାରେ ଦଳ ଛାଡ଼ିପାରିବେ। ତେବେ ଅଖିଳେଶ ସିଧାସଳଖ ଏକଥା କହିନାହାନ୍ତି। ସପା ପକ୍ଷରୁ ଆଜି ଶିବପାଲ ଏବଂ ଓମ୍‌ ପ୍ରକାଶ ରାଜଭରଙ୍କ ପାଖକୁ ଏକ ଚିଠି ଲେଖାଯାଇଛି। ଏହି ଚିଠିରେ କୁହାଯାଇଛି ସେମାନେ ନିଜ ଇଚ୍ଛାରେ ଦଳ ଛାଡ଼ି ପାରିବେ ଏବଂ ସେମାନଙ୍କୁ ଯେଉଁଠି ବେଶୀ ସମ୍ମାନ ମିଳୁଛି ‌ସେମାନେ ସେଠାକୁ ଯାଇ ପାରିବେ। ସପା ପକ୍ଷରୁ ଏହି ଚିଠି ଜାରି ହେବାର କିଛି ଘଣ୍ଟାପରେ ଓପି ରାଜଭରଙ୍କ ନେତୃତ୍ବାଧୀନ ଏସ୍‌ବିଏସପି (ସୁହେଲଦେବ ଭାରତୀୟ ସମାଜ ପାର୍ଟି) ଆଜି ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗୁଥିବା ଘୋଷଣା କରିଛି। ସପାର ଚିଠିରେ ତୀବ୍ର ପ୍ରତିକ୍ରିୟା ରଖି ରାଜଭର କହିଛନ୍ତି, ଅଖିଳେଶ ଆମକୁ ତଲାକ ଦେଲେ ଏବଂ ଆମେ ତଲାକ ଗ୍ରହଣ କଲୁ। ପଛୁଆ ସମ୍ପ୍ରଦାୟଙ୍କୁ ଅଖିଳେଶ ଧୋକା ଦେଇଥିବା ସେ ଅଭିଯୋଗ କରିଛନ୍ତି।

ରାଜଭରଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ରାଜଭରଙ୍କର ବିଜେପି ସହ ଘନିଷ୍ଟ ସମ୍ପର୍କ ରହିଛି ଏବଂ ବିଜେପିକୁ ସୁଦୃଢ଼ କରିବା ଦିଗରେ ସେ କାମ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାଜଭରଙ୍କ ଏସବିଏସପିର ଉତ୍ତରପ୍ରଦେଶ ବିଧାନସଭା‌ରେ ୬ ବିଧାୟକ ଅଛନ୍ତି। ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଏସ୍‌ବିଏସ୍‌ପି ସମର୍ଥନ କରିଛି। ଶିବପାଲ ଯାଦବ ମଧ୍ୟ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି। ଏହି କାରଣ ପାଇଁ ସପା ସହ ସେମାନଙ୍କ ତିକ୍ତତା ବଢ଼ିଛି। ଶିବପାଲ ଯାଦବ ସିଧାସଳଖ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଛନ୍ତି। ଅଖିଳେଶ ତାଙ୍କୁ ଦଳୀୟ ବୈଠକକୁ ଡାକିନଥିବା ସେ କହିଛନ୍ତି। ଅଖିଳେଶଙ୍କ ଅପରିପକ୍ବତା ପାଇଁ ଅନେକ ମେଣ୍ଟ ସହଯୋଗୀ ଅନ୍ୟ ବାଟ ବାଛି ନେଉଛନ୍ତି ବୋଲି ଶିବପାଲ କହିଛନ୍ତି। ଶିବପାଲ ଯାଦବ ପ୍ରଗତିଶୀଳ ସମାଜବାଦୀ ପାର୍ଟି-ଲୋହିଆର ମୁଖ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe