ନୂଆପଡ଼ା-‌ଗୁଣୁପୁର-ଥେରୁବାଲି ରେଳଲାଇନ ପ୍ରସଙ୍ଗ ଉଠାଇଲେ ସପ୍ତଗିରି

Advertisment
ରାଜ‌ନୈତିକ ବ୍ୟାପାର କମିଟିରେ ସପ୍ତଗିରି

ନୂଆଦିଲ୍ଲୀ : ଗୁରୁବାର ଦିନ ଲୋକସଭାର ଶୂନ୍ୟକାଳରେ ଉଠିଛି ନୂଆପଡ଼ା-ଗୁଣୁପୁର-ଥେରୁବାଲି ରେଳ ଲାଇନ ସଂପ୍ରସାରଣ ପ୍ରସଙ୍ଗ। କଂଗ୍ରେସ ସାଂସଦ ସପ୍ତଗିରି ଶଙ୍କର ଉଲାକା ଏହି ପ୍ରସଙ୍ଗ ଉଠାଇ କହିଲେ, ଏହି ପ୍ରକଳ୍ପ ୨୦୧୭-୧୮ ବଜେଟରେ ମଞ୍ଜୁରି ଲାଭ କରିଥିଲା। ପ୍ରକଳ୍ପର ଡିପିଆର୍‌ ଦାଖଲ ହୋଇସାରିଥିବା ବେଳେ ଦୀର୍ଘ ଦିନ ହେଲା ଏହା କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ରହିଛି। ଆଦିବାସୀବହୁଳ କୋରାପୁଟ ଜିଲ୍ଲା ପାଇଁ ଏହି ପ୍ରକଳ୍ପ ଯଥେଷ୍ଟ ଗୁରୁତ୍ବ ବହନ କରୁଛି। ଏହା ସହ ସେ ଅମ୍ବାଦଳା ଓ ଥେରୁବାଲି ଷ୍ଟେସନ୍‌ରେ ‌ଏକ୍ସପ୍ରେସ ଟ୍ରେନ ଅଟକିବା ପାଇଁ ଦାବି କରିଥିଲେ। କୋଭିଡ୍‌ ପୂର୍ବରୁ ଏହି ଦୁଇ ଷ୍ଟେସନ୍‌ରେ ଟ୍ରେନ୍‌ ଅଟକୁଥିବା ବେଳେ ଏବେ ଅଟକୁ ନାହିଁ। ରାୟଗଡ଼ା ରେଳ ଡିଭିଜନ୍‌ ସ୍ଥାପନ ପାଇଁ ମଧ୍ୟ ସେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe