ରାହୁଲଙ୍କ ବିରୋଧରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ: ସପ୍ତଗିରି

Advertisment
ଜାତୀୟ ରାଜନୀତିରେ ବଢ଼ୁଛି ପତିଆରା, କଂଗ୍ରେସର ବୈଦେଶିକ ବ୍ୟାପାର ଟିମରେ ସପ୍ତଗିରି

Wikipedia

ନୂଆଦିଲ୍ଲୀ : ଲୋକସଭାର ପ୍ରଶ୍ନକାଳରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ। ଏବଂ , ତାଙ୍କ ପଦମର୍ଯାଦାର ଦୁରୁପଯୋଗ କରୁଛି ବୋଲି ସାଂସଦ ସପ୍ତଗିରି ଉଲ୍ଲାକା ଅଭିଯୋଗ କରିଛନ୍ତି।

ସାଂସଦ ଶ୍ରୀ ଉଲ୍ଲାକା କହିଛନ୍ତି ଯେ, ରାହୁଲ ସଂସଦ ବାହାରେ ଅର୍ଥାତ୍‌ ନିର୍ବାଚନ ପ୍ରଚାରବେଳେ ଦେଶର ବେରୋଜଗାର ସମସ୍ୟା କଥା ଉଠାଇ ଯୁବ ବର୍ଗମାନଙ୍କ ମଧ୍ୟରେ ଏହା ଗଭୀର ଅସନ୍ତୋଷ ଥିବା କହିଥିଲେ। ଆହୁରି ମଧ୍ୟ କହିଥିଲେ ଯେ, ଅଗାାମୀ ୬ ମାସ ମଧ୍ୟରେ ସମସ୍ୟାର ସମାଧାନ ନହେଲେ, ଯୁବକମାନେ ପ୍ରତିକ୍ରିୟାସ୍ବରୂପ ରାସ୍ତାକୁ ଓହ୍ଲାଇ ଆସିବେ। ମାତ୍ର, କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ରାହୁଲଙ୍କୁ ଆକ୍ଷେପ କରିବା ପରିବର୍ତ୍ତେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ବୟାନକୁ ନିନ୍ଦା କରିବାର ଥିଲା, ଯିଏକି ନିର୍ବାଚନ ପ୍ରଚାର ସମୟରେ ଆନ୍ଦୋଳନକାରୀ ମାନଙ୍କୁ ଗୁଳି ମାରିବା କଥା କହିଥିଲେ। ତେଣୁ, କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଉଲ୍ଲାକା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe