କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଥାନାରେ ତିନି ଘଣ୍ଟା ଅଟକ

Advertisment
ରାଜ‌ନୈତିକ ବ୍ୟାପାର କମିଟିରେ ସପ୍ତଗିରି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବୁଧବାର ତୃତୀୟ ଦିନରେ ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ ଜେରା କରାଯାଇଛି। ଜେରାକୁ ବିରୋଧ କରି ବୁଧବାର ଦିନ ମଧ୍ୟ କଂଗ୍ରେସ କର୍ମୀ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିରେ ସାମିଲ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କୁ ଦିଲ୍ଲୀ ପୋଲିସ ସଂସଦ ମାର୍ଗ ଥାନାରେ ତିନି ଘଣ୍ଟା ଅଟକ ରଖିବା ପରେ ଛାଡ଼ିଦେଇଥିଲା। ଏଆଇସିସି କାର୍ଯ୍ୟାଳୟ ସାମ୍ନାରେ ଆୟୋଜିତ ବିରୋଧ କାର୍ଯ୍ୟକ୍ରମରେ ଶ୍ରୀ ଉଲାକା ସାମିଲ ହୋଇଥିଲେ। ଶ୍ରୀ ଗାନ୍ଧିଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନକୁ ସପ୍ତଗିରି ବେଆଇନ ବୋଲି କହିବା ସହ ଆଗକୁ ଇଡିର କାର୍ଯ୍ୟାନୁଷ୍ଠାନ ବିରୋଧରେ ସେ ତାଙ୍କ ପ୍ରତିବାଦ ଜାରିରଖିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe