Image Source: Hindustan Tomes
ନୂଆଦିଲ୍ଲୀ: ସାତ ଦିନ ପାଇଁ ଗିରଫଦାରିରୁ ସୁରକ୍ଷା ପାଇଁ ସୋମବାର ଦିନ କୋଲ୍କାତାର ପୂର୍ବତନ ପୁଲିସ କମିସନର ରାଜୀବ କୁମାର ସୁପ୍ରିମ୍ କୋର୍ଟରେ ପହଞ୍ଚିଛନ୍ତି। ତାଙ୍କ ଉପରୁ ଗିରଫଦାରି ସୁରକ୍ଷା ପ୍ରତ୍ୟାହାର କରି ନେବା ପରେ ସେ କୌଣସି କମ୍ପିଟେଣ୍ଟ୍ କୋର୍ଟକୁ ଯାଇ ପାରିବେ ବୋଲି ସୁପ୍ରିମ୍ କୋର୍ଟ କହିଥିଲେ।
ପଶ୍ଚିମବଙ୍ଗରେ ଓକିଲମାନଙ୍କର ଧର୍ମଘଟ ପ୍ରସଙ୍ଗକୁ ସେ ସୁରକ୍ଷା ବୃଦ୍ଧିର କାରଣ ଭାବେ ଦର୍ଶାଇଛନ୍ତି।
ଗତସପ୍ତାହରେ ସୁପ୍ରିମ୍ କୋର୍ଟ ସାରଦା ଚିଟ୍ଫଣ୍ଡ୍ ଦୁର୍ନୀତିରେ ଲିପ୍ତ ରାଜୀବ କୁମାରଙ୍କ ଠାରୁ ମଧ୍ୟବର୍ତ୍ତୀକାଳୀନ ଗିରଫଦାରି ସୁରକ୍ଷା ପ୍ରତ୍ୟାହାର କରି ନେଇଥିଲେ। କିନ୍ତୁ, ଆଇନଗତ ପ୍ରତିକାର ପାଇଁ କୌଣସି କମ୍ପିଟେଣ୍ଟ୍ କୋର୍ଟରେ ହାଜର ହେବାକୁ ତାଙ୍କୁ ସାତଦିନ ସମୟ ଦେଇଥିଲେ।
Follow Us