Image Courtesy of Zee News
ନୂଆଦିଲ୍ଲୀ: ସାରଦା ଚିଟ୍ ଫଣ୍ଡ୍ ଦୁର୍ନୀତି ମାମଲାରେ ‘ସିବିଆଇ’ ଆଜି ମୁମ୍ବାଇରେ ‘ସେବି’ର ୩ଜଣ ବରିଷ୍ଠ ଅଧିକାରୀଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।
୨୦୦୯-୨୦୧୩ ମଧ୍ୟରେ କୋଲ୍କାତା ଅଫିସ୍ରେ ନିଯୁକ୍ତ ହୋଇଥିବା ବେଳେ ଏହି ତିନିଜଣ ବରିଷ୍ଠ ‘ସେବି’ ଅଧିକାରୀ ଦୁର୍ନୀତିରେ ସମ୍ପୃକ୍ତ ହୋଇଥିଲେ ବୋଲି ଅଭିଯୋଗ ହୋଇଥିଲା। ସେଥିପାଇଁ ସେମାନଙ୍କ ଉପରେ ‘ସିବିଆଇ’ର ନଜର ଥିଲା।
Image Courtesy of Asianet Newsable‘ସାରଦା ଗ୍ରୁପ୍ ଫାଇନ୍ସିଆଲ୍ ସ୍କାଣ୍ଡାଲ୍’ ବା ‘ସାରଦା ସ୍କାମ୍’ ଭାବେ ଜଣାଶୁଣା ଏହି ଆର୍ଥିକ ଦୁର୍ନୀତି ୨୦୧୩ରେ ଲୋକଲୋଚନକୁ ଆସିଥିଲା। ସେହି ସମୟରୁ କୋଟି କୋଟି ଟଙ୍କାର ଏହି ‘ଚିଟ୍ ଫଣ୍ଡ୍’ ସ୍କାମ୍ ମାମଲାର ତଦନ୍ତ ଚାଲିଛି।
୨୦୦ ଘରୋଇ ସଂସ୍ଥାନଙ୍କୁ ନେଇ ସାରଦା ଗ୍ରୁପ୍ଦ୍ୱାରା ପରିଚାଳିତ ଏହି ଯୋଜନାକୁ ୨୦୦୦ ମସିହା ପ୍ରାରମ୍ଭରେ ବ୍ୟବସାୟୀ ସୁଦୀପ୍ତ ସେନ। ସ୍ୱଳ୍ପ ବିନିଯୋଗକାରୀଙ୍କୁ ଦୃଷ୍ଟି ରଖି ପରିଚାଳିତ ଏହି ଯୋଜନା ଅଧିକ ଆର୍ଥିକ ଲାଭ ଦେବାର ପ୍ରତିଶ୍ରୁତି ଦେଇ ଖୁବ୍ ଶୀଘ୍ର ଲୋକପ୍ରିୟ ହୋଇଥିଲା।
Follow Us