ପୁଣି କେନ୍ଦ୍ର ମନ୍ତ୍ରୀ ହୋଇ ଫେରିଲେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ

Advertisment
ପୁଣି କେନ୍ଦ୍ର ମନ୍ତ୍ରୀ ହୋଇ ଫେରିଲେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ

Photo-ANI

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀରୁ ମୁଖ୍ୟମନ୍ତ୍ରୀ, ଆଉ ପୁଣିଥରେ ମୁଖ୍ୟମନ୍ତ୍ରୀରୁ କେନ୍ଦ୍ରମନ୍ତ୍ରୀ | ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି | ଯେବେଠାରୁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ବିଶ୍ୱଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଥିଲା, ସେତେବେଳେ କଳ୍ପନା କରାଯାଉଥିଲା ଯେ ଏହା ପରେ ସର୍ବାନନ୍ଦ ସୋନୱାଲଙ୍କୁ କେନ୍ଦ୍ରରେ ଏକ ବଡ ଦାୟିତ୍ୱ ଦିଆଯାଇପାରେ | ତେବେ ଏହା ପ୍ରଥମ ଥର ନୁହେଁ ଯେ ସେ କେନ୍ଦ୍ର କ୍ୟାବିନେଟରେ ଯୋଗ ଦେଉଛନ୍ତି।

ଏହାପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳରେ କ୍ରୀଡ଼ା ଏବଂ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଭାବରେ କାର୍ଯ୍ୟ କରିଥିଲେ। ତାଙ୍କର କାର୍ଯ୍ୟକାଳ ମେ ୨୬, ୨୦୧୪ ରୁ ମେ ୨୩, ୨୦୧୬ ପର୍ଯ୍ୟନ୍ତ ଥିଲା। ଆସାମର ଦିବ୍ରୁଗଡରେ ୧୯୬୨ ମସିହାରେ ଜନ୍ମ ହୋଇଥିବା ସର୍ବାନନ୍ଦ ୨୦୧୪ ମସିହାରେ ବିଜେପି ଟିକେଟରେ ଆସାମର ଲକ୍ଷ୍ମୀପୁର ଆସନ ଜିତିଥିଲେ। ଏହା ପରେ, ଯେତେବେଳେ ୨୦୧୬ ମସିହାରେ ଆସାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେତେବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲା। ସର୍ବାନନ୍ଦ ସୋନୱାଲଙ୍କ ରାଜନୈତିକ କ୍ୟାରିୟର ବିଶ୍ୱବିଦ୍ୟାଳୟର ଛାତ୍ରନେତା ଭାବରେ ଆରମ୍ଭ ହୋଇଥିଲା।

ସେ ଆସାମ ଗଣ ପରିଷଦର ଛାତ୍ର ସଂଗଠନ ଅଲ ଆସାମ ଛାତ୍ର ସଂଗଠନର ସଭାପତି ସହ ଉତ୍ତର-ପୂର୍ବ ରାଜ୍ୟରେ ପ୍ରଭାବ ପକାଇଥିବା ଉତ୍ତର ପୂର୍ବ ଛାତ୍ର ସଂଘର ସଭାପତି ମଧ୍ୟ ରହିଥିଲେ । ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପୂର୍ବରୁ ସର୍ବାନନ୍ଦ ଆସାମ ଗଣ ପରିଷଦ ସହିତ ଜଡିତ ଥିଲେ। ଆସାମ ଗଣ ପରିଷଦର ସଦସ୍ୟ ଭାବରେ ସେ ୨୦୦୧ ମସିହାରେ ପ୍ରଥମ ଥର ପାଇଁ ବିଧାନସଭା ସଦସ୍ୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe