ଦେଶକୁ ଏକତ୍ର କରିବା ଭଳି ଅସମ୍ଭବ କାର୍ଯ୍ୟ ସର୍ଦାର ପଟେଲ୍‌ କରିଥିଲେ: ପ୍ରଧାନମନ୍ତ୍ରୀ ମୋଦି

ଦେଶକୁ ଏକତ୍ର କରିବା ଭଳି ଅସମ୍ଭବ କାର୍ଯ୍ୟ ସର୍ଦାର ପଟେଲ୍‌ କରିଥିଲେ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦେଶକୁ ଏକତ୍ର କରିବା ଭଳି ଅସମ୍ଭବ କାର୍ଯ୍ୟ ସର୍ଦାର ପଟେଲ୍‌ କରିଥିଲେ। ସେଇ କାରଣରୁ ହିଁ ଭାରତ ଆଜି ଏକତ୍ର ହୋଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୪୯ତମ ସଂସ୍କରଣରେ କହିଛନ୍ତି।

ଅକ୍ଟୋବର ୩୧ ତାରିଖ ହେଉଛି ସର୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ଜନ୍ମଦିନ। ପ୍ରତିବର୍ଷ ଭଳି ଆମ ଦେଶର ଯୁବକ ‘ଏକତା ଲାଗି ଦୌଡ଼’ ପାଇଁ ପ୍ରସ୍ତୁତ। ଯେତେ ଅଧିକ ସଂଖ୍ୟକ ସମ୍ଭବ ‘ଏକତା ଲାଗି ଦୌଡ଼’ରେ ଅଂଶ ଗ୍ରହଣ କରିବାକୁ ମୁଁ ପ୍ରତ୍ୟେକଙ୍କୁ ନିବେଦନ କରୁଛି।

୧୯୪୭ ମସିହାର ଟାଇମ୍‌ ପତ୍ରିକାରେ ସର୍ଦାର ପଟେଲ୍‌ଙ୍କ ଉପରେ ଏକ କାହାଣୀ ଆମକୁ କେତେଗୁଡ଼ିଏ ଅନ୍ତର୍ଦୃଷ୍ଟି ଦେଉଛି।

ଗାନ୍ଧୀଜୀ ସର୍ଦାର ପଟେଲ୍‌ଙ୍କ ନିକଟରେ ସ୍ୱୀକାର କରିଥିଲେ କି, ରାଜ୍ୟସ୍ତରୀୟ ମାମଲା ସବୁ ଏଡ଼େ ସାଙ୍ଘାତିକ ଥିଲା ଯେ କେବଳ ସେ ହିଁ ତାକୁ ସମାଧାନ କରି ପାରିଥିଲେ।

ସର୍ଦାର ପଟେଲ୍‌ଙ୍କ ଜୟନ୍ତୀ ଅକ୍ଟୋବର ୩୧ ତାରିଖରେ ଆମେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ହିଁ ହେବ ତାଙ୍କ ବାସ୍ତବ ଶ୍ରଦ୍ଧାଞ୍ଜଳି।

ନର୍ମଦା ନଦୀକୂଳରେ ସ୍ଥାପିତ ଏହି ମୂର୍ତ୍ତି ଆମେରିକାର ପ୍ରସିଦ୍ଧ ‘ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି’ର ଦୁଇଗଣ ସେ କହିଛନ୍ତି।

publive-image

ଏସୀୟ ପାରା ଗେମ୍‌ସ୍‌ରେ ଅଂଶ ଗ୍ରହଣ କରି ପଦକ ଜିଣିଥିବା ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି: ଜାକର୍ତ୍ତା ଠାରେ ଅନୁଷ୍ଠିତ ଏସୀୟାନ୍‌ ପାରା ଗେମ୍‌ସ୍‌ରେ ଅଂଶଗ୍ରହଣ କରିଥିବା ପ୍ରତିଭାବାନ୍‌ ଖେଳାଳିମାନଙ୍କୁ ମୁଁ ଭେଟିବାର ସୁଯୋଗ ପାଇଥିଲି। ସବୁ ପ୍ରତିକୂଳ ପରିସ୍ଥିତିକୁ ଟପିଯିବା ଲାଗି ସେମାନଙ୍କର ଉଚ୍ଛ୍ୱାସ ଲୋକନୀୟ ଏବଂ ପ୍ରେରଣାଦାୟୀ। ୭୨ଟି ପଦକ ଜିଣି ଭାରତ ଏହି ଖେଳରେ ରେକର୍ଡ ସୃଷ୍ଟି କରିଛି।

ପ୍ରଧାନମନ୍ତ୍ରୀ କହିଲେ କି, ଭୁବନେଶ୍ୱର ଠାରେ ନଭେମ୍ବର ୨୮ ରୁ ୧୬ ଆୟୋଜନ କରାଯାଉଥିବା ପୁରୁଷ ହକି ବିଶ୍ୱ କପ୍‌କୁ ଭାରତ ହୋଷ୍ଟ୍‍ କରିବ।

ପ୍ରଧାନମନ୍ତ୍ରୀ କହିଲେ ଯେ ନିକଟରେ ମୁଁ ‘ସେଲ୍‌ଫ୍‌ ଫର୍‌ ସୋସାଇଟି’ ନାମକ ପୋର୍ଟାଲ୍‌ ଲଞ୍ଚ୍‌ରେ ଯୋଗ ଦେଇଥିଲି। ତାହା ଯେଉଁ ଉତ୍ସାହ ଏବଂ ଉତ୍ସର୍ଗରେ ସୃଷ୍ଟି ହୋଇଛି ସେଥିରେ ଯେ କେହି ଗୌରବାନ୍ଵିତ ହେବ।

ସେ ଆହୁରି କହିଲେ: ଏଥର ନଭେମ୍ବର ୧୧ ତାରିଖରେ ପ୍ରଥମ ବିଶ୍ୱଯୁଦ୍ଧ ଶତବାର୍ଷିକ ପାଳନ ପଡୁଛି। ଏହି ଯୁଦ୍ଧରେ ଆମର ସୈନିକମାନେ ବଡ଼ ଭୂମିକା ଗ୍ରହଣ କରିଥିଲେ। ଏହି ଯୁଦ୍ଧରେ ୧ କୋଟି ସୈନିକ ପ୍ରାଣ ହରାଇ ବିଶ୍ୱକୁ ଶାନ୍ତିର ମୂଲ୍ୟ ଜଣାଇ ଥିଲେ।

ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇ ମୋଦି କହିଲେ: ଶୀତ ପଡ଼ିଲାଣି। ଏଇଟା ବି ଗୋଟାଏ ପାର୍ବଣଋତୁ। ଦୀପାବଳି ଏବଂ ଧନତେରାସ୍‌ ଏବଂ ନଭେମ୍ବର ମାସରେ ପଡୁଥିବା ଅନ୍ୟାନ୍ୟ ପର୍ବାଣି ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe