ଗାନ୍ଧୀନଗରସ୍ଥିତ ସର୍ଦାର୍‌ ପଟେଲ୍‌ଙ୍କ ପ୍ରତିମୂର୍ତ୍ତି ବେକରେ ବୋତଲମାଳ

Advertisment
ଗାନ୍ଧୀନଗରସ୍ଥିତ ସର୍ଦାର୍‌ ପଟେଲ୍‌ଙ୍କ ପ୍ରତିମୂର୍ତ୍ତି ବେକରେ ବୋତଲମାଳ

Image Courtesy of TOI

ଅହମଦାବାଦ: ବୁଧବାର ଦିନ ଗାନ୍ଧୀନଗର ଅନ୍ତର୍ଗତ ଶେର୍ଥା ଗାଁ’ର ପାଠାଗର ନିକଟରେ ଥିବା ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ସର୍ଦାର ଭଲ୍ଲଭଭାଇ ପଟେଲ୍‌ଙ୍କର ଏକ ପ୍ରତିମୂର୍ତ୍ତି ଗଳାରେ ଖାଲି ମୃଦୁପାନୀୟ ବୋତଲମାଳ ଦିଆଯାଇଛି।

ଉତ୍ତରପ୍ରଦେଶସ୍ଥିତ ଅଯୋଧ୍ୟା ଅନ୍ତର୍ଗତ ବାବ୍ରି ମସ୍‌ଜିଦ୍‌ ଭଙ୍ଗା ଯିବାର ଦୁଇ ମାସ ପୂର୍ବରୁ- ୧୯୯୨ ମସିହା ଅକ୍ଟୋବର ମାସରେ ବର୍ଷୀୟାନ୍‌ ବିଜେବି ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଲ୍‌ କେ ଆଡ଼ଓ୍ଵାନୀ ଏହି ପ୍ରତିମୂର୍ତ୍ତିଟିକୁ ଉନ୍ମୋଚନ କରିଥିଲେ। ଅଡ଼ାଲାଜା ପୁଲିସ ଏକ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରି ତଦନ୍ତ ଆରମ୍ଭ କରିଛି।

publive-image

ପୁଲିସ କହିବା ଅନୁସାରେ, ପ୍ରତିମୂର୍ତ୍ତି ଗଳାରେ ବୋତଲମାଳ ଦିଆ ଯାଇଥିବା ଦେଖିବା ପରେ ପରେ ତାହାର ଫଟୋ ଉଠାଯାଇ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରାଯାଇଥିଲା। ପରେ ଗ୍ରମାବାସୀ ବୋତଲମାଳ ଓହ୍ଲାଇ ଦେଇ ପ୍ରତିମୂର୍ତ୍ତିକୁ ଧୁଆଧୋଇ କରି ଦେଇଥିଲେ।

ସେଠାରେ ଥିବା ଏକ ବ୍ୟାଙ୍କ୍‌ରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ ପାଇଁ ପୁଲିସ ଆବେଦନ କରିଛି। ଏଥିରେ ସମ୍ପୃକ୍ତ ଥିବା ଲୋକମାନଙ୍କୁ ଫୁଟେଜ୍‌ ଆଧାରରେ ଠାବ କରିବା ସହଜ ହେବ। ଏବେ ପ୍ରତିମୂର୍ତ୍ତି ନିକଟରେ ଦୁଇ ଜଣ ହୋମ୍‌ଗାର୍ଡ ଯବାନ ଏବଂ ଜଣେ ପୁଲିସ କନେଷ୍ଟବଳଙ୍କୁ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe