ବିଶ୍ୱର ସର୍ବୋଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ପାଖରୁ ଦେଖିବାକୁ ପର୍ଯ୍ୟଟକଙ୍କୁ ଦେବାକୁ ପଡ଼ିବ ୫୦୦ଟଙ୍କା, ସେହିପରି ଦୂରରୁ ..

Advertisment
ବିଶ୍ୱର ସର୍ବୋଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ପାଖରୁ ଦେଖିବାକୁ ପର୍ଯ୍ୟଟକଙ୍କୁ ଦେବାକୁ ପଡ଼ିବ ୫୦୦ଟଙ୍କା, ସେହିପରି ଦୂରରୁ ..

ବଡ଼ୋଦରା: ବୁଧବାର ପୂର୍ବାହ୍ନରେ କେଓ୍ଵାଡ଼ିଆ କଲୋନିଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଭାରତର ପ୍ରଥମ ଗୃହମନ୍ତ୍ରୀ ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କ ୧୪୩ତମ ଜୟନ୍ତୀ ଅବସରରେ ତାଙ୍କର ୧୮୨ ମିଟର ବିଶିଷ୍ଟ ବିଶ୍ୱର ସର୍ବୋଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ଉଦ୍‌ଘାଟନ କରିଛନ୍ତି।

ତେବେ ବିଶ୍ୱର ଏହି ସର୍ବୋଚ୍ଚ ପ୍ରତିମାକୁ ଆସନ୍ତାକାଲି ଅର୍ଥାତ୍‌ ଗୁରୁବାରଠାରୁ ସାଧାରଣ ଲୋକ ପାଖକୁ ଯାଇ ଦେଖିପାରିବେ । ୩ କିଲୋମିଟର ଦୂରରୁ ଦେଖିବା ପାଇଁ ପର୍ଯ୍ୟଟଙ୍କୁ ୩୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ପାଖରୁ ଦେଖିବା ପାଇଁ  ଟିକଟର ମୂଲ୍ୟ ୫୦୦ ଟଙ୍କା  ରହିଛି। ଏଥିସହ ଗ୍ୟାଲେରିରେ ୨୦୦ ଜଣ ବସି ଦେଖିପାରିବା ଭଳି ବ୍ୟବସ୍ଥା ମଧ୍ୟ ରହିଛି ।

ଗୁଜରାଟର ନର୍ମଦା ଜିଲ୍ଲାର ସର୍ଦ୍ଦାର ସୋରବର ଡ୍ୟାମରେ ଏହି ପ୍ରତିମୂର୍ତ୍ତି ତିଆରି ହୋଇଛି । ୫୯୭ ଫୁଟ ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ବିଶ୍ୱର ସବୁଠାରୁ ବଡ ପ୍ରତିମୂର୍ତ୍ତି । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତି ନିର୍ମାଣ ନେଇ ଘୋଷଣା କରିଥିଲେ । ମୋଦି ଅକ୍ଟୋବର ମାସ ୨୦୧୩ରେ ଏହାର ଶିଳାନ୍ୟାସ କରିଥିଲେ, ୩ ହଜାର କୋଟି ଟଙ୍କା ଖର୍ଚ୍ଚରେ ଏହି ପ୍ରତିମୂର୍ତ୍ତ ନିର୍ମାଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe