ସରିଫଙ୍କ ଜାମିନ ଖାରଜ

Advertisment
ସରିଫଙ୍କ ଜାମିନ ଖାରଜ

ଇସଲାମାବାଦ: ଦୁର୍ନୀତି ଅଭିଯୋଗରେ ବନ୍ଦୀଜୀବନ ବିତାଉଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଵାଜ୍ ସରିଫ(୬୯)ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଆଗତ ଜାମିନ ଆବେଦନକୁ ପାକିସ୍ତାନର ଏକ ଅଦାଲତ ଖାରଜ କରିଦେଇଛନ୍ତି। ତିନି ତିନିଟି ଦୁର୍ନୀତି ମାମଲାରେ ସରିଫ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଦୁଇଟି ମାମଲାରେ ତାଙ୍କୁ ଜାମିନ ମିଳିସାରିଛି। ଅପରପକ୍ଷେ, ସାଉଦି ଆରବରେ ଏକ ଇସ୍ପାତ କାରଖାନା ନିର୍ମାଣ ସମ୍ପର୍କିତ ଅନ୍ୟତମ ମାମଲାରେ ଗତ ଡିସେମ୍ବର ୨୪ ତାରିଖରେ ତାଙ୍କୁ ୭ ବର୍ଷ କାରାଦଣ୍ଡାଦେଶ ହୋଇଛି। ସେ ଏବେ ଲାହୋର ସ୍ଥିତ ଲଖପତ ଜେଲରେ କାରାବାସ ଭୋଗୁଥିବା ବେଳେ ସେଠାରେ ହୃଦ ସମସ୍ୟା ଦେଖାଦେଇଥିବା ଦର୍ଶାଇ ତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe