ନିଜ ଭାଷଣରେ ସୋନିଆ, ରାହୁଲଙ୍କ ବଦଳରେ ଦଳୀୟ କର୍ମୀଙ୍କୁ ପ୍ରଶଂସା କଲେ ଶଶି ଥରୁର୍

ଗୁଜରାଟର ଅହମ୍ମଦାବାଦରେ କଂଗ୍ରେସର ୮୪ତମ ଅଧିବେଶନ ଅନୁଷ୍ଠିତ ହେଉଛି। ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଅଧିବେଶନ ଆଜି ଅର୍ଥାତ୍ ଏପ୍ରିଲ ୯ରେ ଉଦଯାପନ ହେଉଛି । ଆଜି କଂଗ୍ରେସ ନେତା ଶଶି ଥରୁର ଦେଇଥିବା ଅଭିଭାଷଣ ଚର୍ଚ୍ଚାର ବିଷୟ ହୋଇଛି ।

ଅଦ୍ୟତନ ହୋଇଛି
shashi

ଅହମ୍ମଦାବାଦ : ଗୁଜରାଟର ଅହମ୍ମଦାବାଦରେ କଂଗ୍ରେସର ୮୪ତମ ଅଧିବେଶନ ଅନୁଷ୍ଠିତ ହେଉଛି। ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଅଧିବେଶନ ଆଜି ଅର୍ଥାତ୍ ଏପ୍ରିଲ ୯ରେ ଉଦଯାପନ ହେଉଛି । ଆଜି କଂଗ୍ରେସ ନେତା ଶଶି ଥରୁର ଦେଇଥିବା ଅଭିଭାଷଣ ଚର୍ଚ୍ଚାର ବିଷୟ ହୋଇଛି । କାରଣ ସେ ନିଜର ଅଭିଭାଷଣର କଂଗ୍ରେସର ସାଧାରଣ କର୍ମୀମାନଙ୍କୁ ପ୍ରସଂଶା କରିଥିବାବେଳେ ସୋନିଆ ଓ ରାହୁଲଙ୍କ ନାମ ନେଇନଥିଲେ । ସାଧାରଣତଃ କଂଗ୍ରେସ ନେତା ମାନେ ନିଜ ଅଭିଭାଷଣରେ ଗାନ୍ଧି ପରିବାରର ପ୍ରସଂଶା କରିଥାନ୍ତି, କିନ୍ତୁ ଶଶି ଏହା ନ କରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ଶଶି ନିଜ ଭାଷଣରେ ତାଙ୍କ ଦଳକୁ କେବଳ "ନକାରାତ୍ମକ ସମାଲୋଚନା" ଉପରେ ଧ୍ୟାନ ନ ଦେଇ "ସକାରାତ୍ମକ ଦୃଷ୍ଟିକୋଣ" ର ଆବଶ୍ୟକତା ବିଷୟରେ ମନେ ପକାଇ ଦେଇଛନ୍ତି। ସେ କହିଥିଲେ ଯେ ଯୁବପିଢ଼ି ଜାଣିବାକୁ ଚାହାଁନ୍ତି ଯେ ଆଜି ସେମାନଙ୍କ ପାଇଁ କ’ଣ କରାଯିବ। 

ଶଶି ନିଜ ଭାଷଣରେ ତାଙ୍କ ଦଳକୁ କେବଳ "ନକାରାତ୍ମକ ସମାଲୋଚନା" ଉପରେ ଧ୍ୟାନ ନ ଦେଇ "ସକାରାତ୍ମକ ଦୃଷ୍ଟିକୋଣ" ର ଆବଶ୍ୟକତା ବିଷୟରେ ମନେ ପକାଇ ଦେଇଛନ୍ତି। ସେ କହିଥିଲେ ଯେ ଯୁବପିଢ଼ି ଜାଣିବାକୁ ଚାହାଁନ୍ତି ଯେ ଆଜି ସେମାନଙ୍କ ପାଇଁ କ’ଣ କରାଯିବ। 

ସେ ଅହମ୍ମଦାବାଦରେ ଦଳୀୟ ସମ୍ମିଳନୀ ସମୟରେ କହିଥିଲେ, "ଆମର ଏକ ଗୌରବମୟ ଇତିହାସ ଅଛି। କିନ୍ତୁ ଆମେ ସମସ୍ତେ ଜାଣୁ ଯେ ଆଜିର ଯୁବ ଭୋଟରମାନେ ଇତିହାସକୁ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ। ସେମାନେ ଜାଣିବାକୁ ଚାହାଁନ୍ତି ଯେ ଆମେ ଆଜି ସେମାନଙ୍କ ପାଇଁ କ'ଣ କରିବୁ ଏବଂ ଆମେ ସେମାନଙ୍କୁ କି ପ୍ରକାରର ଭବିଷ୍ୟତ ଦେବୁ।"  ଏହା ବ୍ୟତୀତ ସେ ଶ୍ରମିକମାନଙ୍କୁ ପ୍ରଶଂସା କରିଥିଲେ। ସେ କହିଲେ, "ଆମେ ତୁମର କାନ୍ଧରେ ଠିଆ ହୋଇଛୁ। ତୁମ ବିନା ପ୍ରସ୍ତାବ କେବଳ କଥା ହୋଇ ରହିବ"।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe