ଟିଭି ପରଦାରେ ସାକ୍ଷାତକାର ନେବେ ଶଶି ଥରୁର, ଅତିଥି ଓ ନ୍ୟୁଜ ଆଙ୍କର ଭାବେ ନଜର ଆସିବେ ଲୋକସଭା-ରାଜ୍ୟସଭା ସାଂସଦ

Advertisment
ଏନ୍‌ସିପିରେ ଯୋଗ ଦେବା ଖବରକୁ ଥରୁରଙ୍କ ଖଣ୍ଡନ

India Today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗତକାଲି ମିଳିତ ଭାବେ ସଂସଦ ଟିଭିର ଶୁଭାରମ୍ଭ କରିଥିଲେ । ଲୋକସଭା ଏବଂ ରାଜ୍ୟସଭା ଟିଭି ଚ୍ୟାନେଲ୍‌ର ଏକ ମିଶ୍ରଣ ହେଉଛି ସଂସଦ ଟିଭି। ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ‌ଦେଶରେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକ୍ରମ ଦେଖାଇବ। ଏହାର ବିଷୟବସ୍ତୁ ମାଧ୍ୟମରେ ସଂସଦ ଟିଭି ଜାତୀୟ ଏବଂ ଅନ୍ତର୍ଜାତୀୟ ଦର୍ଶକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ରଖିଛି। ତେବେ ସଂସଦ ଟିଭି ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ କାର୍ଯ୍ୟକ୍ରମ ପରିବେଷଣ କରିବ | ଏଥିରେ ସାଂସଦମାନେ ମଧ୍ୟ ପ୍ରୋଗ୍ରାମ ଆଙ୍କର ଭାବେ ନକର ଆସିବେ | ଚ୍ୟାନେଲର କିଛି ବର୍ତ୍ତମାନ ଓ ପୂର୍ବତନ ସାଂସଦଙ୍କୁ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କୁହାଯାଇଛି।

ଯେଉଁଥିରେ କଂଗ୍ରେସ ସାଂସଦ ଶଶି ଥରୁର, ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା କର୍ଣ୍ଣ ସିଂ ଏବଂ ଶିବସେନା ନେତ୍ରୀ ତଥା ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଅଛନ୍ତି। ଥରୁରଙ୍କୁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ଏକ ସାକ୍ଷାତକାର କାର୍ଯ୍ୟକ୍ରମ ଆୟୋଜନ କରିବାକୁ କୁହାଯାଇଥିବାବେଳେ ଏହାର ନାମ 'ଟୁ ଦି ପଏଣ୍ଟ' ରହିବ | ସେହିପରି ପ୍ରିୟଙ୍କା 'ମେରୀ କାହାନୀ' ନାମକ ଶୋରେ ଉପସ୍ଥାପନା କରୁଥିବାର ନଜର ଆସିବେ | ସେ ମହିଳା ସାଂସଦମାନଙ୍କ ସାକ୍ଷାତକାର ନେଉଥିବାର ଦେଖିବାକୁ ମିଳିବ । ତେବେ ଉଭୟ ଶୋ ରାଜନୀତିର ଆଲୋଚନାରୁ ଦୂରେଇ ରହିବ।


ଅନ୍ୟ ପଟେ, କର୍ଣ୍ଣ ସିଂ ଧର୍ମ ଉପରେ ଆଧାରିତ ଶୋ 'ଏକମ ସତ୍ୟ' କାର୍ଯ୍ୟକ୍ରମର ଉପସ୍ଥାପକ ହେବେ | ଥରୁର ଟ୍ୱିଟ୍ କରି ତାଙ୍କ କାର୍ଯ୍ୟକ୍ରମର ପ୍ରମୋ ରିଲିଜ୍ କରିଛନ୍ତି। ଏହି କାର୍ଯ୍ୟକ୍ରମରେ, ଥରୁର ସାଂସ୍କୃତିକ ବ୍ୟକ୍ତିବିଶେଷଙ୍କ ସାକ୍ଷାତକାର ନେଉଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ନୂତନ ଚ୍ୟାନେଲରେ ବିଭିନ୍ନ ଶୋ ପାଇଁ ସାଂସଦଙ୍କୁ ଡକାଯିବ। କିଛି ପ୍ରୋଗ୍ରାମକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଜଣେ ସାଂସଦ ଗୋଟିଏ ଏପିସୋଡ୍ କରିବେ, ଅନ୍ୟ ସାଂସଦ ଅତିଥି ଆସନରେ ବସିବେ | ଏହିପରି, ଅଧିକରୁ ଅଧିକ ସାଂସଦ ଏହି କାର୍ଯ୍ୟକ୍ରମ ଉପସ୍ଥାପନ କରିବାର ସୁଯୋଗ ପାଇବେ, ଯେଉଁଥିରେ ବିରୋଧୀ ସାଂସଦ ମଧ୍ୟ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe