କଂଗ୍ରେସ ଅଧ୍ୟକ୍ଷ ରାହୁଲ ହୁଅନ୍ତୁ ବୋଲି ଅଧିକାଂଶ କର୍ମୀ ଚାଁହୁଛନ୍ତି: ଶଶି ଥରୁର

Advertisment
ପାତରଅନ୍ତର ଅଭିଯୋଗ ଆଣିଲେ ଥରୁର: ଖଡ଼ଗେଙ୍କୁ ସ୍ବାଗତ, ମତେ ଅଣଦେଖା

Photo: The Hindu

ନୂଆଦିଲ୍ଲୀ: କଂଗ୍ରେସର ଚିନ୍ତନ ଶିବିରରେ ଦଳରେ ଅନେକ ପରିବର୍ତ୍ତନ ଆଣିବା ପାଇଁ ସଂକଳ୍ପ ପାରିତ ହୋଇଛି । ଏଥିରେ ଏକ ପ୍ରସ୍ତାବ ମଧ୍ୟ ସାମିଲ ହୋଇଛି ଯେଉଁଥିରେ କୁହାଯାଇଛି ଯେ, ଦଳରେ ୫୦ ପ୍ରତିଶତ ପଦବୀ ଯୁବକମାନଙ୍କୁ ଦିଆଯିବ। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି ଯେ ଦଳର ଅଧିକାଂଶ କର୍ମୀ ଚାଁହୁଛନ୍ତି ଯେ ରାହୁଲ ହିଁ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ | ରାହୁଲଙ୍କ ପ୍ରାର୍ଥୀତ୍ବ ପ୍ରତି ଅଧିକାଂଶ କର୍ମୀଙ୍କ ସମର୍ଥନ ରହିଥିବା ନେଇ ଶଶି ଏକ ସାକ୍ଷାତକାରରେ କହିଛନ୍ତି |

ସୂଚନା ଥାଉ କି ଯେ ୨୦୧୯ ମସିହାରେ ସାଧାରଣ ନିର୍ବାଚନରେ ​​ଖରାପ ପ୍ରଦର୍ଶନ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତିରୁବନନ୍ତପୁରମର ଲୋକସଭା ସାଂସଦ ଚିନ୍ତନ ଶିବିରକୁ ନେଇ କହିଛନ୍ତି ଯେ ତିନି ଦିନିଆ ଅଧିବେଶନରେ ଦଳକୁ ସଙ୍କଟରୁ କିଭଳି ଉଦ୍ଧାର କରାଯିବ ସେନେଇ ଚର୍ଚ୍ଚା ହୋଇଛି ।

ସୂଚନା ଥାଉ କି ଥରୁର ଜି୨୩ର ସଦସ୍ୟ ଥିଲେ, ଯିଏକି ଦଳର ଢାଞ୍ଚା ବଦଳାଇବାକୁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ | ଚିନ୍ତନ ଶିବିର ପରେ କଂଗ୍ରେସ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ଯେ ସିଡବ୍ଲ୍ୟୁଡିସି ଯାହା ବି ନିଷ୍ପତ୍ତି ନେଇଛି ତାହା ଦଳକୁ ନୂତନ ଢଙ୍ଗରେ ଗଢ଼ିବ। ଉଲ୍ଲେଖ ଥାଉ କି ୭୫ ବର୍ଷୀୟ ସୋନିଆ ଗାନ୍ଧୀ ଦୀର୍ଘ ସମୟ ଧରି କଂଗ୍ରେସର ଅଧ୍ୟକ୍ଷା ରହିଆସିଛନ୍ତି। ଚିନ୍ତନ ଶିବିରରେ, ଜି୨୩ ର ନେତାମାନେ ପରିବର୍ତ୍ତନ ପାଇଁ ଦଳର ନେତୃତ୍ୱକୁ ପୁଣି ଥରେ ନିବେଦନ କରିଥିଲେ | ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ଦଳ ଛାଡିବା ପରେ ଥରୁରଙ୍କ ବିବୃତ୍ତି ଆସିଛି। ଗୁଜୁରାଟରେ ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ ଦଳ ଛାଡିବା କଂଗ୍ରେସ ପାଇଁ ଏକ ବଡ ଝଟକା ହୋଇପାରେ ବୋଲି ବିଶ୍ୱାସ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe