ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ଶଶିକଳା

Advertisment
ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ଶଶିକଳା

(Photo: AFP)

ଚେନ୍ନାଇ: ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇଏଡିଏମ୍‌କେରୁ ବହିଷ୍କୃତ ନେତ୍ରୀ ଭିକେ ଶଶିକଳା ଆଜି ଅଚାନକ ସକ୍ରିୟ ରାଜନୀତି ଛାଡ଼ିଥିବା ଘୋଷଣା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ଶଶିକଳା ଆଜି ଏ ସଂକ୍ରାନ୍ତ ଘୋଷଣା କରି କହିଛନ୍ତି ଯେ ତାଙ୍କର କ୍ଷମତା ଲୋଭ ନାହିଁ ଏବଂ ସେ ରାଜନୀତିରେ ରହିବେ ନାହିଁ। ତେବେ ଏମ୍‌କେ ଷ୍ଟାଲିନ୍‌ଙ୍କ ଦଳ ଡିଏମ୍‌କେକୁ ହରାଇବା ପାଇଁ ଏଆଇଏଡିଏମ୍‌କେ ଏକଜୁଟ ହୋଇ ଲଢ଼େଇ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଜେଲରୁ ମୁକୁଳି ଥିବା ଭି କେ ଶଶିକଳାଙ୍କୁ କେନ୍ଦ୍ର କରି ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇବା ସହ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆଲୋଚନା ଚାଲିଥିଲା। କାରଣ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍‌କେ ସୁପ୍ରିମୋ ସ୍ୱର୍ଗତ ଜେ ଜୟଲଳିତାଙ୍କର ଘନିଷ୍ଠ ସହଯୋଗୀ ଥିଲେ ଶଶୀକଳା। ଏଆଇଏଡିଏମ୍‌କେରେ ଦଳ ମଧ୍ୟରେ ମଧ୍ୟ ତାଙ୍କର ଯଥେଷ୍ଟ ଦବଦବା ରହିଥିଲା। ତେବେ, ଜୟଲଳିତାଙ୍କ ଅବର୍ତ୍ତମାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯିବାପରେ ଏଆଇଏଡିଏମ୍‌କେରୁ ଶଶିକଳାଙ୍କୁ ବହିଷ୍କାର କରିଥିଲେ ଦଳୀୟ ନେତା। ତଥାପି ଦଳ ଭିତରେ ତାଙ୍କ ସମର୍ଥକଙ୍କ ସଂଖ୍ୟା କିଛି କମ୍‌ ନଥିଲା। ମାତ୍ର ଆଜି ସେ ହଠାତ୍ ଏକ ପତ୍ର ଲେଖି ରାଜନୀତି ଛାଡ଼ିଥିବା ଘୋଷଣା କରିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe