୭୪ ବର୍ଷ ବୟସରେ ଶଶିକଳାଙ୍କ ସ୍ୱାମୀ ଏମ୍‌ ନଟରାଜନଙ୍କ ଦେହାନ୍ତ

Advertisment
୭୪ ବର୍ଷ ବୟସରେ ଶଶିକଳାଙ୍କ ସ୍ୱାମୀ ଏମ୍‌ ନଟରାଜନଙ୍କ ଦେହାନ୍ତ

Image Courtesy of TOI

ଚେନ୍ନାଇ: ବନ୍ଦିନୀ ଏଆଇଏଡିଏମ୍‌କେର ନେତ୍ରୀ ଭି କେ ଶଶିକଳାଙ୍କର ସ୍ୱାମୀ ଏ ନଟରାଜନଙ୍କର ଗତ ରାତି ସାଢ଼େ ଗୋଟାଏ ବେଳେ ଦେହାନ୍ତ ହୋଇ ଯାଇଥିବା କଥା ‘ଗ୍ଲେନ୍‌ଏଜଲ୍‌ସ୍‌ ଗ୍ଲୋବାଲ୍‌ ହେଲ୍‌ଥ୍‌ ସିଟି ହସ୍‌ପିଟାଲ୍‌ ସୂତ୍ରରୁ ପ୍ରକାଶ।

ଗ୍ଲେନ୍‌ଏଜଲ୍‌ସ୍‌ ଗ୍ଲୋବାଲ୍‌ ହେଲ୍‌ଥ୍‌ ସିଟି ହସ୍‌ପିଟାଲ୍‌ର ଅପରେଟିଙ୍ଗ୍‌ ଅଫିସର୍‌ ଶାନମୁଗା ପ୍ରିୟାନ୍‌ ଏକ ବିବୃତ୍ତି ରେ କହିଛନ୍ତି: ଗଭୀର ଦୁଃଖର ସହ ଘୋଷଣା କରୁଛୁ ନଟରାଜନ ମରୁଥପ୍ପାଙ୍କର ରାତି ସାଢ଼େ ଗୋଟାଏ ବେଳେ ଦେହାନ୍ତ ହୋଇଯାଇଛି। ତାଙ୍କୁ ବଞ୍ଚାଇବାର ସମସ୍ତ ସମ୍ଭାବ୍ୟ ଉଦ୍ୟମ କରାଯାଇଥିଲା। କିନ୍ତୁ, ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇବାକୁ ଅକ୍ଷମ ହେଲୁ।

୭୪ ବର୍ଷିୟ ନଟରାଜନଙ୍କର ଗତ ବର୍ଷ ଅକ୍ଟୋବର ମାସରେ ଦୁଇଟି ଅଙ୍ଗ ପ୍ରତିରୋପଣ କରାଯାଇଥିଲା।

ଛାତିରେ ଭୀଷଣ ସଂକ୍ରମଣ ଯୋଗୁଁ ଗତ ମାର୍ଚ ୧୬ ତାରିଖ ଦିନ ତାଙ୍କୁ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ କୃତ୍ରିମ ଶ୍ୱାସପ୍ରଶ୍ୱାସ ସହାୟତାରେ ରଖା ଯାଇଥିଲା। ସୋମବାର ଦିନ ତାଙ୍କର ଟ୍ରିକିଓଷ୍ଟମି କରାଯାଇଥିଲା। ତାଙ୍କର ଅବସ୍ଥା ଅତ୍ୟନ୍ତ ସଙ୍କଟଜନକ ଥିଲ।

ଶରୀରର ଏକାଧିକ ଅଂଗ ଅକାମୀ ହୋଇ ପଡ଼ିବାରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe