ଦୀର୍ଘ ୨୦ ବର୍ଷ ପରେ ରାଜ୍ୟସଭା ଉପାଧ୍ୟକ୍ଷ ଆସନରୁ ଗୃହ ପରିଚାଳନା କଲେ ଓଡ଼ିଆ ସାଂସଦ

Advertisment
ଦୀର୍ଘ ୨୦ ବର୍ଷ ପରେ ରାଜ୍ୟସଭା ଉପାଧ୍ୟକ୍ଷ ଆସନରୁ ଗୃହ ପରିଚାଳନା କଲେ ଓଡ଼ିଆ ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରୁ ଆଜି ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ଭାବେ ବି‌‌ଜେଡି ସାଂସଦ ଡ.ସସ୍ମିତ ପାତ୍ର ଏକ ଘଣ୍ଟାରୁ ଅଧିକ ସମୟ ଧରି ଅଧ୍ୟକ୍ଷ ଓ ଉପା‌ଧ୍ୟକ୍ଷଙ୍କର ଅନୁପସ୍ଥିତିରେ ଗୃହକୁ ସୂଚାରୁ ରୂପେ ପରିଚାଳନା କରିଥିଲେ। ଦୀର୍ଘ ଦୁଇ ଦଶନ୍ଧି ପରେ  ଓଡ଼ିଶାର ଜଣେ ସାଂସଦ ରୂପେ ସସ୍ମିତ ପାତ୍ରଙ୍କ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ମନୋନୀତ ହେବା ପରେ ତଥା ଆଜିର ଗୃହ ପରିଚାଳନାରେ ତାଙ୍କର ନିପୁଣତାକୁ ନେଇ ରାଜ୍ୟସଭାର ସାଂସଦମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ପ୍ରଶଂସା ମଧ୍ୟ କରିଥିଲେ । ସେ  ଆଜି ଏକ ଘଣ୍ଟାରୁ ଅଧିକ ସମୟ ଧରି ଗୃହକାର୍ଯ୍ୟ ପରିଚାଳନାର ଗୁରୁଦାୟିତ୍ବ ନିଭାଇ ଥିଲେ।

ରାଜ୍ୟସଭାରେ ମହାମାରୀ ରୋଗ (ସଂଶୋଧନ) ବିଲ-୨୦୨୦ର ଆଲୋଚନାକୁ ସୂଚାରୁରୂପେ ପରିଚାଳନା କରିବା ସହିତ ବିଭିନ୍ନ ଦଳର ନେତାମାନଙ୍କୁ ସେମାନଙ୍କର ଦଳର ସ୍ଥିତି ଅନୁସାରେ ଆଲୋଚନାରେ ଭାଗ ନେବା ପାଇଁ ସୁଯୋଗ ଦେଇଥିଲେ। ଅତ୍ୟନ୍ତ ଶାନ୍ତ, ବିନମ୍ର ଓ ସଂଯମତା ସହିତ ଗୃହ କାର୍ଯ୍ୟକୁ ସ୍ବାଭାବିକ ଶୈଳୀରେ ପରିଚାଳନା କରିବାରେ ସସ୍ମିତଙ୍କ ଏକାଗ୍ରତା ବାରି ହେଉଥିଲା।

ଉଲ୍ଳେଖଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ରାଜ୍ୟସଭା‌ର ଅଧ୍ୟକ୍ଷ ଏମ୍.ଭେଙ୍କିଆ ନାଇଡୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ସସ୍ମିତାଙ୍କ ସହିତ ଛଅଜଣ ସଦସ୍ୟଙ୍କୁ ମନୋନୀତ କରିଥିଲେ। ରାଜ୍ୟସଭାରେ ଉତ୍ତମ ପ୍ରର୍ଦଶନ ଯୋଗୁଁ ସସ୍ମିତ ପାତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ବାରା ବିଭିନ୍ନ ସମୟରେ ପ୍ରଶଂସିତ ହୋଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe