ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ପୁନଃ ମନୋନୀତ ହେଲେ ସସ୍ମିତ ପାତ୍ର

କେନ୍ଦ୍ର ମନ୍ତ୍ରୀ କେନ୍ଦ୍ରରେ କେତେ ଥର କୋଟିଆ ପ୍ରସଙ୍ଗ ଉଠାଇଛନ୍ତି: ବିଜେଡି

Sambad English

ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ୍‌କୁ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପୁନର୍ବାର ମନୋନୀତ ହୋଇଛନ୍ତି। ବୁଧବାର ଦିନ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ୍‌ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ ହୋଇଥିବା ଡ. ପାତ୍ରଙ୍କ ସହ ଆଠ ସାଂସଦଙ୍କ ସଂପର୍କରେ ସଦନରେ ସୂଚନା ଦେଇଥିଲେ।

ଉପାଧ୍ୟକ୍ଷ ପ୍ୟାନେଲ୍‌ରେ ସ୍ଥାନ ପାଇଥିବା ଅନ୍ୟ ସାଂସଦମାନେ ହେଲେ ବିଜେପିର ସରୋଜ ପାଣ୍ଡେ, ସୁରେନ୍ଦ୍ର ସିଂହ ନାଗର ଓ ଭୁବନେଶ୍ବର କଲିତା, କଂଗ୍ରେସର ଏଲ୍‌. ହନୁମନ୍ତେୟା, ଟିଏମ୍‌ସିର ସୁଖେନ୍ଦୁ ଶେଖର ରାୟ, ୱାଇଏସ୍‌ଆର୍‌ସିପିର ଭି. ବିଜୟସାଇ ରେଡ୍ଡି ଏବଂ ଡିଏମ୍‌କେର ତିରୁଚି ଶିବା। ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ଡ. ପାତ୍ର ଦୁଇ ଥର ସ୍ଥାନ ପାଇଥିଲେ। ଗୃହ ପରିଚାଳନାରେ ତାଙ୍କ ଦକ୍ଷତାକୁ ତତ୍କାଳୀନ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କିୟା ନାଇଡୁ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe