ଜିଲ୍ଲାପାଳଙ୍କ ବାରଣ ସତ୍ତ୍ବେ ପର୍ଯ୍ୟଟନସ୍ଥ ବୁଲିବାକୁ ଯାଇ ଗଭୀର ଘାଟି ତଳକୁ ଖସି ପଡ଼ିଲେ ମହିଳା

ଜିଲ୍ଲାପାଳଙ୍କ ବାରଣ ସତ୍ତ୍ବେ ପର୍ଯ୍ୟଟନସ୍ଥ ବୁଲିବାକୁ ଯାଇ ଗଭୀର ଘାଟି ତଳକୁ ଖସି ପଡ଼ିଲେ ମହିଳା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସାତାରା ଜିଲ୍ଲାରେ ସେଲଫି ନେବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଉଦ୍ଧାରକାରୀ ଦଳଙ୍କ ଅନେକ ଚେଷ୍ଟା ପରେ ମହିଳାଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରାଯାଇପାରିଛି।

ସୂଚନାଯୋଗ୍ୟ, ସାତାରା‌ର ପଶ୍ଚିମ ଅଞ୍ଚଳରେ ଜୋରଦାର ବର୍ଷା ହେତୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପର୍ଯ୍ୟଟନସ୍ଥଳ ବନ୍ଦଥିବା ସତ୍ତ୍ବେ  ବି କିଛି ପର୍ଯ୍ୟଟକ ଏଠାକୁ ଆସିବା ଜାରି ରଖିଛନ୍ତି।

ବର୍ଷା ସତ୍ତ୍ବେ କିଛିଲୋକ ପୁଣେର ଠୋସେଘର ଝରଣାକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ବୋରଣେ ଘାଟରେ ସେଲଫି ନେଉଥିବା ସମୟରେ ନସରିନ ଅମୀର କୁରେସୀ  ନାମକ ଜଣେ ଯୁବତୀ ଅସାବଧାନତା ହେତୁ ଆଖିପିଛୁଳାକେ ୧୦୦ଫୁଟ ଗଭୀର ଘାଟି ତଳକୁ ଖସି ପଡ଼ିଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ହୋମଗାର୍ଡ ଓ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ନସରିନ ଅମୀର କୁରେସୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ମୁଖରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସାତାରା‌ରେ  ଲଗାଣ ବର୍ଷା ହେତୁ ଜିଲ୍ଲାପାଳ ୨ରୁ ୪ ଅଗଷ୍ଟ ପର୍ଯ୍ୟନ୍ତ  ପର୍ଯ୍ୟଟନସ୍ଥଳ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥି‌ଲେ, କିନ୍ତୁ କିଛି ଉତ୍ସାହୀ ପର୍ଯ୍ୟଟକ ନିଜ ଜୀବନକୁ ବିପଦରେ ପକାଇ ବୁଲିବ‌ାକୁ ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe