ସାଟେଲାଇଟ୍‌ ନିୟନ୍ତ୍ରିତ ବନ୍ଧୁକ ଯୋଗେ ଇରାନୀୟ ଆଣବିକ ବୈଜ୍ଞାନିକଙ୍କୁ ହତ୍ୟା କରାଯାଇଛି: ରିପୋର୍ଟ

Advertisment
ସାଟେଲାଇଟ୍‌ ନିୟନ୍ତ୍ରିତ ବନ୍ଧୁକ ଯୋଗେ ଇରାନୀୟ ଆଣବିକ ବୈଜ୍ଞାନିକଙ୍କୁ ହତ୍ୟା କରାଯାଇଛି: ରିପୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: ଗତ ସପ୍ତାହରେ ଶୀର୍ଷସ୍ତରୀୟ ଇରାନୀୟ ଆଣବିକ ବୈଜ୍ଞାନିକଙ୍କୁ ହତ୍ୟା କରିବାରେ ସାଟେଲାଇଟ୍‌ ନିୟନ୍ତ୍ରିତ ମେସିନ୍‌ ଗନ୍‌ ବ୍ୟବହୃତ ହୋଇଥିବା କଥା ଅର୍ଦ୍ଧ-ସରକାରୀ ଖବର ସରବରାହ ସଂସ୍ଥା ‘ମେହର୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି।

ନଭେମ୍ବର ୨୭ ତାରିଖରେ ତେହେରାନ୍‌ ଉପକଣ୍ଠରେ ଆଣବିକ ବୈଜ୍ଞାନିକ ମହସିନ୍‌ ଫଖ୍ରିଜାଦେଙ୍କୁ ବନ୍ଧୁକ ଏବଂ କାର୍‌ ବୋମା ଦ୍ୱାରା ହତ୍ୟା କରାଯାଇଥିଲା। ରାଜଧାନୀ ପୂର୍ବ ପଟରେ ଥିବା ରାଜପଥରେ କାର୍‌ ଚଳାଇ ଯାଉଥିବା ବେଳେ ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ ବ୍ୟବହାର କରାଯାଇ ତାଙ୍କ ଉପରେ ମାରଣାସ୍ତ୍ର ପ୍ରୟୋଗ ଲାଗି ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଥିଲା ବୋଲି ଇରାନ୍‌ର ‘ଇସ୍‌ଲାମିକ୍‌ ରିଭୋଲ୍ୟୁସ୍‌ନେରି ଗାର୍ଡ କର୍ପସ୍‌’ର ଡେପୁଟି କମାଣ୍ଡର୍‌ କମ୍ରେଡ୍‌ ଅଲି ଫଦାଓ୍ଵି କହିଛନ୍ତି ବୋଲି ରବିବାର ଦିନ ‘ମେହର’ ରିପୋର୍ଟ କରିଛି।

publive-image Image Courtesy of Sky News

ଘଟଣା ପରଠାରୁ ତାଙ୍କ ମୃତ୍ୟୁ ସଂକ୍ରାନ୍ତରେ ବିଭିନ୍ନ ପ୍ରକାରର କଥା ଶୁଣାଯାଉଛି। ପ୍ରାଥମିକ ରିପୋର୍ଟରେ କୁହାଯାଇଥିଲା ଯେ, ତାଙ୍କ ଅଙ୍ଗରକ୍ଷୀମାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିବାରୁ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଟ୍ରକ୍‌ ଉପରେ ରଖାଯାଇଥିବା ଏକ ରିମୋଟ୍‌ କଣ୍ଟ୍ରୋଲ୍‌ଡ୍‌ ମେସିନ୍‌ ଗନ୍‌ରୁ ଗୁଳି ଚଳାଯାଇ ତାଙ୍କୁ ହତ୍ୟା କରାଯାଇଥିଲା। ରିମୋଟ୍‌ ଚଳାଇଥିବା ବ୍ୟକ୍ତିଜଣକ ପରେ ପରେ ଦେଶ ଛାଡ଼ି ଚାଲିଯାଇଛନ୍ତି ବୋଲି ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଥିଲା।

ରବିବାର ଦିନ ଫଦାଓ୍ଵି କହିଛନ୍ତି ଯେ, ଫଖ୍ରିଜାଦେଙ୍କ ଉପରକୁ ସମୁଦାୟ ୧୩ଟି ଗୁଳି ଚଳାଯାଇଥିଲା। ଏଭଳି ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ଥିଲା ଯେ, ତାଙ୍କ ଠାରୁ ମାତ୍ର କେତେ ଇଞ୍ଚ ଦୂରରେ ବସିଥିବା ତାଙ୍କ ପତ୍ନୀଙ୍କର କୌଣସି କ୍ଷତି ହୋଇ ନ ଥିଲା। ଘଟଣା ସମୟରେ ପୃଥକ୍‌ ପୃଥକ୍‌ କାର୍‌ରେ ତାଙ୍କ ସହ ୧୧ଜଣ ଅଙ୍ଗରକ୍ଷୀ ଯାତ୍ରା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe