Satellite images Of Iran: ଧ୍ୱଂସ ହୋଇଥିବା ପରମାଣୁ କେନ୍ଦ୍ରରେ ଛାତ ନିର୍ମାଣ କରୁଛି ଇରାନ: ସାଟେଲାଇଟ୍ ଚିତ୍ର ନେଇ ବଢ଼ିଲା ଆମେରିକା-ଇସ୍ରାଏଲ ଚିନ୍ତା

Advertisment

ଇରାନ ଓ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ନୂତନ ସାଟେଲାଇଟ୍ ଚିତ୍ର ବିଶ୍ୱକୁ ଚକିତ କରିଛି। ଏହି ଚିତ୍ରଗୁଡ଼ିକ ନତାଞ୍ଜ ଓ ଇସ୍‌ଫାହାନ ପରମାଣୁ ପ୍ରତିଷ୍ଠାନରେ ହେଉଥିବା ନୂତନ ନିର୍ମାଣ କାର୍ଯ୍ୟକୁ ପ୍ରକାଶିତ କରିଛି

ଇରାନ ଓ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ନୂତନ ସାଟେଲାଇଟ୍ ଚିତ୍ର ବିଶ୍ୱକୁ ଚକିତ କରିଛି। ଏହି ଚିତ୍ରଗୁଡ଼ିକ ନତାଞ୍ଜ ଓ ଇସ୍‌ଫାହାନ ପରମାଣୁ ପ୍ରତିଷ୍ଠାନରେ ହେଉଥିବା ନୂତନ ନିର୍ମାଣ କାର୍ଯ୍ୟକୁ ପ୍ରକାଶିତ କରିଛି

New Project (5)

Satellite images Of Iran Photograph: (sambad.in)

ତେହେରାନ: ଇରାନ ଓ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ନୂତନ ସାଟେଲାଇଟ୍ ଚିତ୍ର ବିଶ୍ୱକୁ ଚକିତ କରିଛି। ଏହି ଚିତ୍ରଗୁଡ଼ିକ ନତାଞ୍ଜ ଓ ଇସ୍‌ଫାହାନ ପରମାଣୁ ପ୍ରତିଷ୍ଠାନରେ ହେଉଥିବା ନୂତନ ନିର୍ମାଣ କାର୍ଯ୍ୟକୁ ପ୍ରକାଶିତ କରିଛି। ଗତ ବର୍ଷର ଆକ୍ରମଣ ପରେ, ଇରାନ ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନୂତନ ଛାତ ନିର୍ମାଣ କରୁଥିବା ଜଣାପଡ଼ିଛି।

ପରମାଣୁ କେନ୍ଦ୍ର ନିର୍ମାଣ

ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି, ଇରାନ ନତାଞ୍ଜ ଓ ଇସ୍‌ଫାହାନରେ କ୍ଷତିଗ୍ରସ୍ତହୋଇଥିବା ସ୍ଥାନରେ ନୂତନ ଛାତ ନିର୍ମାଣ କରିଛି। ଇସ୍ରାଏଲ ଓ ଆମେରିକା ଦ୍ୱାରା ଗତ ବର୍ଷ ହୋଇଥିବା ବିଧ୍ୱଂସକାରୀ ଏୟାର ଷ୍ଟ୍ରାଇକ୍ ପରେ ଏହି ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ କରାଯାଇଥିବାର ପ୍ରମାଣ ସାଟେଲାଇଟ୍ ଚିତ୍ରରୁ ମିଳିଛି। ପ୍ଲାନେଟ୍ ଲ୍ୟାବ୍ସ ପିବିସି ଦ୍ୱାରା ପ୍ରକାଶିତ ଏହି ସାମ୍ପ୍ରତିକ ଚିତ୍ରଗୁଡ଼ିକ ଅନ୍ତର୍ଜାତୀୟ ସୁରକ୍ଷା ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ଏ‌ବେ ଆମେରିକା ଓ ଇସ୍ରାଏଲର ଚିନ୍ତା ବଢ଼ିବାରେ ଲାଗିଛି।

ସମ୍ବେଦନଶୀଳ ବିଷୟବସ୍ତୁ ଲୁଚାଯାଉଛି

ଆନ୍ତର୍ଜାତୀୟ ସମ୍ପ୍ରଦାୟ ଭୟ କରୁଛି ଯେ, ଆକ୍ରମଣ ପରେ ରହିଯାଇଥିବା ସମ୍ବେଦନଶୀଳ ପରମାଣୁ ସମ୍ପଦଗୁଡ଼ିକୁ ଲୁଚାଇବା ପାଇଁ ଇରାନ ସରକାର ନୂଆ ଛାତ ନିର୍ମାଣ କରିଛନ୍ତି। ବିଶେଷଜ୍ଞମାନଙ୍କ ଅନୁସାରେ ନତାଞ୍ଜ କେନ୍ଦ୍ରର ଭଗ୍ନାବଶେଷରୁ ସମୃଦ୍ଧ ୟୁରାନିୟମ ଓ ମୂଲ୍ୟବାନ ଉପକରଣଗୁଡ଼ିକୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଏହା ଏକ ପ୍ରୟାସ ହୋଇପା‌ରେ। ଇରାନ ପୂର୍ବରୁ ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ନିରୀକ୍ଷକମାନଙ୍କୁ ଦେଶରେ ପ୍ରବେଶ କରିବାକୁ ବାରଣ କରିଛି। ଫଳରେସାଟେଲାଇଟ୍ ଚିତ୍ରର ପ୍ରକୃତ ସତ୍ୟ କ’ଣ ତାହା ଜାଣିବା ସମ୍ଭବ ହୋଇପାରୁନାହିଁ

ନତାଞ୍ଜ କେନ୍ଦ୍ରର ଗୁରୁତ୍ୱ

ତେହେରାନରୁ ପ୍ରାୟ ୨୨୦ କିଲୋମିଟର ଦୂରରେ ଅବସ୍ଥିତ ନତାଞ୍ଜ ପରମାଣୁ କେନ୍ଦ୍ରକୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୟୁରାନିୟମ୍ ସମୃଦ୍ଧ କେନ୍ଦ୍ର ଭାବରେ ବିବେଚନା କରାଯାଇଥାଏ। ଜୁନ୍ ମାସରେ ଇସ୍ରାଏଲ ଇରାନର ଏଭଳି ୟୁନିଟ୍‌କୁ ନଷ୍ଟ କରିଦେଇଥିଲା। ପରେ ଆମେରିକା ବଙ୍କର-ବଷ୍ଟର ବୋମା ମଧ୍ୟ ବହୁ କ୍ଷତି ଘଟାଇଥିଲା। ସାମ୍ପ୍ରତିକ ଫଟୋ ଅନୁସାରେ ନତାଞ୍ଜରେ ଏକ ନୂତନ ଛାତ ନିର୍ମାଣ ଡିସେମ୍ବର ମାସରେ ଆରମ୍ଭ ହୋଇ ମାସର ଶେଷ ସୁଦ୍ଧା ସମାପ୍ତ ହୋଇଥିଲା।

ଇସ୍‌ଫାହାନରେ ଭୂତଳ ଖନନ

ଜାନୁଆରି ମାସ ଆରମ୍ଭରେ ଇସ୍‌ଫାହାନରେ ସେଣ୍ଟ୍ରିଫ୍ୟୁଜ୍ ଉତ୍ପାଦନ ୟୁନିଟଗୁଡ଼ିକୁ ବାହ୍ୟ ନିରୀକ୍ଷଣରୁ ସୁରକ୍ଷିତ ରଖିବା ପାର୍ଇ ମଧ୍ୟ ଛାତ ନିର୍ମାଣ କରାଯାଇଥିଲା। ନତାଞ୍ଜ ନିକଟସ୍ଥ ପିକାକ୍ସ ପର୍ବତରେ ମଧ୍ୟ ଖନନ କାର୍ଯ୍ୟ ଜାରି ରହିଛି। ସେଠାରେ ଏକ ନୂତନ ଭୂତଳ ପରମାଣୁ କେନ୍ଦ୍ର ଥିବାର ସଙ୍କେତ ମିଳୁଛି। ଚିତ୍ରଗୁଡ଼ିକ କିଛି ପୁରୁଣା ସୁଡ଼ଙ୍ଗକୁ ମାଟିରେ ଭର୍ତ୍ତି କରାଯାଉଥିବା ଓ ଏକ ମୁଖ୍ୟ ସୁଡ଼ଙ୍ଗକୁ ମଜବୁତ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି।

କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ତ୍ୱରାନ୍ୱିତ

ଇରାନ ପରମାଣୁ ପ୍ରତିଷ୍ଠାନ ସହିତ ନିଜର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଜାରି ରୀହିଥିବା ସ୍ଥାନଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି । ତେହେରାନ ନିକଟସ୍ଥ ପାର୍ଚିନ୍ ସାମରିକ କମ୍ପ୍ଲେକ୍ସରେ ତାଲେଘାନ୍-୨ ନାମରେ ଜଣାଶୁଣା ସ୍ଥାନକୁ ଏବେ ପୁନଃବିକଶିତ ଓ ସୁଦୃଢ଼ ​​କରାଯାଉଛି। ବିଶ୍ଳେଷକମାନଙ୍କ ଅନୁସାରେ ଏହି ସ୍ଥାନଟି ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ତଥା ବାହ୍ୟ ଆକ୍ରମଣକୁ ରୋକିବାରେ ଯେପରି ପ୍ରତିରୋଧୀ ହୋଇପାରିବ ସେନେଇ ଲକ୍ଷ୍ୟ ରଖାଯାଇଛି।

ଆନ୍ତର୍ଜାତୀୟସ୍ତରରେ ଉତ୍ତେଜନା ବୃଦ୍ଧି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ପରମାଣୁ ଚୁକ୍ତି ଉପରେ ଆଲୋଚନା କରିବାକୁ ଦାବି କରୁଛନ୍ତି। କିନ୍ତୁ ଉତ୍ତେଜନା କମୁନି। ଆମେରିକା ନିଜର ବିମାନ ବାହକ ୟୁଏସ୍‌ଏସ୍‌ ଆବ୍ରାହମ ଲିଙ୍କନ ଓ ବହୁ ଗାଇଡେଡ୍-କ୍ଷେପଣାସ୍ତ୍ର ବିଧ୍ୱଂସକ ମୁତୟନ କରି ଏହି ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରିଛି। ଇରାନ ଦାବି କରୁଛି, ଦେଶର ହେଉଥିବା ପରମାଣୁ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ। ତେବେ ପାଶ୍ଚାତ୍ୟ ଦେଶ ଓ ଆନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇ) ଇରାନର ଅସ୍ତ୍ରଶସ୍ତ୍ର କ୍ଷମତା ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe