ନର୍କ ପାଲଟି ଯାଇଛି ମ୍ୟାମାର ! ସବୁଠି ପ୍ରକୃତିର ଧ୍ୱଂସଲୀଳା, ଆସିଲା ଛାରଖାରର ଛାତିଥରା ଛବି

Advertisment
image of quake

ନେପିଦା: ମ୍ୟାମାରରେ କେତେ ଭୟଙ୍କର ହୋଇଛି ଭୂକମ୍ପ ? ତାର ଗୋଟେ ପରେ ଗୋଟେ ଛବି ତ ଆପଣ ଦେଖୁଥିବେ । ଘରଦ୍ବାର, ବ୍ରିଜ୍, ବିଶାଳ ଅଟ୍ଟାଳିକା, ମଲ୍, ହସ୍ପିଟାଲ ଭାଙ୍ଗିଯିବାର ଲାଇଭ ଦୃଶ୍ୟ ଆପଣମାନେ ଗତ ଦୁଇ ଦିନ ଧରି ଦେଖୁଥିବେ ହେଲେ ଏବେ ଆପଣଙ୍କ ସାମ୍ନାରେ ଯେଉଁ ଚିତ୍ର ଆସି ପହଞ୍ଚିଛି ତାହା ଦେଖିଲେ ଆପଣ ନିହାତି ଡରିଯିବେ ଆଉ ମ୍ୟାମାର ସାଙ୍ଘାତିକ ଅବସ୍ଥା କଥା ଭାବି ମଥାରେ ହାତ ଦେଇଦେବେ । କାରଣ ସାମ୍ନାକୁ ଆସିଛି ମ୍ୟାମାର ଭୂକମ୍ପର ଭୟଙ୍କର ଓ ଛାତିଥରା ଛବି । 

before

ମ୍ୟାମାର ଭୂକମ୍ପର ସାଟେଲାଇଟ୍ ଫଟୋ ସାମ୍ନାକୁ ଆସିଛି । ସେହି ଫଟୋ ହିଁ ବୟାନ କରୁଛି ପ୍ରକୃତିର କରାଳ ରୂପକୁ । କେତେ ଭୟଙ୍କର ଥିଲା ମ୍ୟାମାରରେ ତାଣ୍ଡବଲୀଳା । କାରଣ ଗୋଟେ ଗୋଟେ ସ୍ଥାନରେ ସ୍ବର୍ଗ ପରି ଦେଖାଯାଉଥିବା ଛବି ଏବେ ନର୍କ ଭଳି ଦିଶୁଛି ।

after

ବିରାଟ କୋଠା, ମନ୍ଦିର ସବୁ ଭାଙ୍ଗି ଶ୍ମଶାନ ପାଲଟିଲା ପରି ଲାଗୁଛି । କେଉଁଠି ବିରାଟ ପାଣି ଟାଙ୍କି ମାଟିରେ ଗଡି ପଡିଥିବା ଦେଖିବାକୁ ମିଳିଛି ତ କେଉଁଠି ପୂର୍ବରୁ ସୁନ୍ଦର ସେତୁ ଭୂକମ୍ପ ପରେ କେମିତି ଖିନଭିନ ହୋଇଛି ତାର ଚିତ୍ର ସାଟେଲାଇଟ ଫଟୋରୁ ଦେଖିବାକୁ ମିଳିଛି । ସାଟେଲାଇଟ ଜରିଆରେ ମ୍ୟାମାରର ପୂର୍ବ ଏବଂ ପର ଫଟୋ ଜାରି କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe