India Today
ନୂଆଦିଲ୍ଲୀ: ଲଦାଖ ସୀମାନ୍ତର ଗାଲୱାନ୍ ଉପତ୍ୟକାରେ ଭାରତୀୟ ଓ ଚୀନ୍ ସେନା ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଓ ତିକ୍ତତା ଏପର୍ଯ୍ୟନ୍ତ ପ୍ରଶମିତ ହୋଇନାହିଁ କିମ୍ବା ମୁହାଁମୁହିଁ ସ୍ଥିତରେ ପରିବର୍ତ୍ତନ ଆସି ନାହିଁ। ହସ୍ତଗତ ହୋଇଥିବା ସଦ୍ୟ ଉପଗ୍ରହ ଚିତ୍ରରୁ ଜଣାପଡିଛି ଯେ ଭାରତୀୟ ଏବଂ ଚୀନ୍ ସେନା ଗାଲୱାନ୍ ଉପତ୍ୟକାରେ ନୂତନ ସ୍ଥାନ ଗ୍ରହଣ କରିବା ସହ ମୁହାଁମୁହିଁ ସ୍ଥିତିରେ ଅଛନ୍ତି।
 India Todayଗତ ଜୁନ୍ ୧୫ରେ ଭାରତୀୟ ଏବଂ ଚୀନ୍ ସେନାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ସ୍ଥାନର ଗ୍ରାଉଣ୍ଡ ଜିରୋରୁ ମିଳିଥିବା ହାଇ-ରିଜୋଲ୍ୟୁସନ୍ ଉପଗ୍ରହ ଚିତ୍ରଗୁଡ଼ିକରୁ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି) ନିକଟରେ ଚୀନ୍ ସେନାର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଉଗ୍ର ଓ ଆକ୍ରମଣାତ୍ମକ ସ୍ଥିତିକୁ ସ୍ପଷ୍ଟ ରୂପେ ବାରି ହେଉଛି ଏହି ଉପଗ୍ରହ ଚିତ୍ରରୁ।
 India Todayଜୁନ୍ ୨୨ରେ ଉପଗ୍ରହ ସାହାଯ୍ୟରେ ଉଠିଥିବା ଚିତ୍ର, ଲଦାଖରେ କର୍ପସ କମାଣ୍ଡର ସ୍ତରୀୟ କଥାବାର୍ତ୍ତାର ଦିନ ହିଁ ପାଟ୍ରୋଲିଂ ପଏଣ୍ଟ ନିକଟରେ ଚୀନ୍ ଦ୍ୱାରା ଏକ ନୂତନ ଫରୱାର୍ଡ ବିଲ୍ଡ-ଅପ୍ ବା ନିର୍ମାଣକୁ ଦର୍ଶାଉଛି। ଚିତ୍ରଗୁଡ଼ିକରେ ଚୀନ୍ ସେନା ଦ୍ୱାରା ସୀମାନ୍ତକୁ ଅଣା ଯାଉଥିବା ଭାରି ଯୁଦ୍ଧ ଯାନ, ଜେସିବି ମେସିନ୍, କ୍ରେନ୍ ସମେତ ବହୁ ଅତ୍ୟାଧୁନିକ ସାଜ ସରଞ୍ଜାମ ଦେଖିବା ପାଇଁ ମିଳିଛି।
ସାଟେଲାଇଟ୍ ଚିତ୍ର ବିଶେଷଜ୍ଞ କର୍ଣ୍ଣେଲ୍ (ଅବସରପ୍ରାପ୍ତ) ବିନାୟକ ଭଟ୍ଟ ଗାଲୱାନ୍ ଉପତ୍ୟକାରୁ ହସ୍ତଗତ ହୋଇଥିବା ଏହି ଚିତ୍ରଗୁଡ଼ିକ ବିଶ୍ଳେଷଣ କରିଛନ୍ତି। ଜାତୀୟ ସ୍ତରର ପ୍ରମୁଖ ସମ୍ବାଦ ଭିତ୍ତିକ ପତ୍ରିକା ‘ଇଣ୍ଡିଆ ଟୁ-ଡେ’କୁ କର୍ଣ୍ଣେଲ ଭଟ୍ଟ କହିଛନ୍ତି ଯେ ଉଭୟ ପକ୍ଷ ନଦୀର ଉଭୟ ପାର୍ଶ୍ୱରେ ନିଜ ନିଜର ସେନାକୁ ମୁତୟନ କରିଛନ୍ତି। କିନ୍ତୁ ଲାଗୁଛି ଯେ ପିଏଲଏ ସେନା ସେମାନଙ୍କ ପ୍ରତିଶ୍ରୁତି ଅନୁଯାୟୀ ପଛକୁ ଫେରି ନାହାଁନ୍ତି।
 India Todayସେ ଦର୍ଶାଇଛନ୍ତି ଯେ ବିବାଦୀୟ ସ୍ଥାନ ଠାରୁ ୫୦୦ ମିଟର ଦୂରରେ ଭାରତୀୟ ପାର୍ଶ୍ୱରେ ତମ୍ବୁ ଥିବାବେଳେ ଚୀନ୍ର ତମ୍ବୁ ଏବଂ ଚୀନ୍ ସେନା ଦ୍ୱାରା ସଂରକ୍ଷିତ ହୋଇଥିବା ସ୍ଥାନ ବିସ୍ତାର ହୋଇ ରହିଛି। ଏହି ଚିତ୍ରଗୁଡ଼ିକରେ ଦେଖାଯାଇଥିବା ଅଧିକାଂଶ ଅଞ୍ଚଳ ବିବାଦୀୟ ସ୍ଥାନର ୨୦୦ ମିଟରରୁ ୨ କିଲୋମିଟର ପରିଧି ମଧ୍ୟରେ ପରିବ୍ୟାପ୍ତ ହୋଇ ରହିଛି। ଚୀନ୍ ସେନା ଦ୍ୱାରା ସୀମାନ୍ତକୁ ସଡ଼କ ନିର୍ମାଣରେ ବ୍ୟବହୃତ ବୁଲଡୋଜର, କ୍ରେନ୍ ଏବଂ ଭାରି ଟ୍ରକ୍ ସବୁକୁ ଅଣା ଯାଉଥିବା ଦୃଶ୍ୟମାନ ହେଉଛି।
 India Todayକର୍ଣ୍ଣେଲ ଭଟ୍ଟ କହିଛନ୍ତି, ପର୍ବତକୁ ଯାଇଥିବା ରାସ୍ତା ବା ଟ୍ରାକ୍ଗୁଡ଼ିକ କେବଳ ଭାରତୀୟ ପାର୍ଶ୍ୱରୁ ଦୃଶ୍ୟମାନ ଏବଂ ଚୀନ୍ ପାର୍ଶ୍ୱରୁ ନୁହେଁ। ସ୍ଥଳ ଭାଗରେ ଭାରତୀୟ ପକ୍ଷ ମଧ୍ୟ ନଦୀର ଅପର ପାର୍ଶ୍ୱରେ ଅସ୍ଥାୟୀ ଦୁର୍ଗ ନିର୍ମାଣ କରିଥିବା ଚିତ୍ରରେ ଦେଖିବାକୁ ମିଳିଛି।
 India Todayଚୀନ୍ ବୈଦେଶିକ ମନ୍ତ୍ରାଳୟ ସମଗ୍ର ଗାଲୱାନ୍ ଉପତ୍ୟକାକୁ ନିଜର ବୋଲି ଦାବ କରିଛି ଯାହାକୁ କି ନୂଆଦିଲ୍ଲୀ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି। ଗାଲୱାନ୍ ଉପତ୍ୟକା ଅଞ୍ଚଳର ସ୍ଥିତି ଐତିହାସିକ ଭାବେ ସ୍ପଷ୍ଟ ହୋଇଛି। ତେଣୁ, ଚୀନ୍ର ଦାବି ଗ୍ରହଣୀୟ ନୁହେଁ ବୋଲି ଗତ ସପ୍ତାହରେ ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି। ଭାରତ ଏବଂ ଚୀନ୍ର ସାମରିକ କମାଣ୍ଡରମାନେ ସୋମବାର ସେମାନଙ୍କର ଦ୍ୱିତୀୟ ରାଉଣ୍ଡ ଆଲୋଚନା କରିଥିଲେ। ଏହି ଆଲୋଚନା ପ୍ରାୟ ୧୧ ଘଣ୍ଟା ଧରି ଚାଲିଥିଲା।
 India Todayସୀମାନ୍ତରେ ସୃଷ୍ଟ ଉତ୍ତେଜନା ହ୍ରାସ ପାଇଁ ଉଭୟ ପକ୍ଷ ପାରସ୍ପରିକ ସହମତି ପ୍ରକାଶ କରିଥିଲେ। ହେଲେ, ଏହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ବରଂ ସ୍ଥିତି ଆହୁରି ଅଧିକ ଉତ୍ତେଜନାପୂର୍ଣ୍ଣ ହେବା ସହ ମୁହାଁମୁହିଁ ଅବସ୍ଥାକୁ ଆସୁଛନ୍ତି ଉଭୟ ପକ୍ଷର ସେନା।
  
 Follow Us