ବିଜେପିକୁ ସ୍କ୍ରିପ୍ଟ ଏବଂ ସଂଳାପ ଲେଖକ ବଦଳାଇବା ଉଚିତ୍: ତେଜସ୍ବୀ ଯାଦବ

ବିଜେପିକୁ ସ୍କ୍ରିପ୍ଟ ଏବଂ ସଂଳାପ ଲେଖକ ବଦଳାଇବା ଉଚିତ୍: ତେଜସ୍ବୀ ଯାଦବ

ndtv

ପାଟନା: ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ସଦସ୍ୟମାନଙ୍କ ଘରେ ହେଉଥିବା ଚଢ଼ଉକୁ ନେଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବଡ଼ ବୟାନ ଦେଇଛନ୍ତି। ସେ ଅତୀତର କିଛି ଘଟଣାକୁ ମନେ ପକାଇବା ସହ ବିଜେପିକୁ ସ୍କ୍ରିପ୍ଟ ଏବଂ ସଂଳାପ ଲେଖକ ବଦଳାଇବା ଉଚିତ୍ ବୋଲି କହିଛନ୍ତି।

ତାଙ୍କ କହିବା ମୁତାବକ, ମୁଁ ଏଭଳି ଚଢ଼ଉକୁ ନେଇ ଡରିବି ନାହିଁ। ଏଭଳି ଚଢ଼ଉ କରି ବିଜେପି ପ୍ରମାଣ କରିଛି ଯେ ଆମ ସହ ଲଢ଼ିବା ପାଇଁ ବିଜେପିର ସାହସ ନାହିଁ। ବିହାରରେ ବିଜେପିର କୌଣସି ରାଜନୈତିକ ଚେହେରା ଏବଂ ଭୋଟ୍ ନାହିଁ। ତେଣୁ ସେମାନେ ଇଡି, ସିବିଆଇ ଭଳି ସଂସ୍ଥାର ଅପବ୍ୟବହାର କରୁଛନ୍ତି। ଆମେ ଜେଡିୟୁ ସହ ମିଶି ସରକାର ଗଠନ କରିବା ଦିନ ବି ଚଢ଼ଉ କରାଯାଇଥିଲା।  ଯେଉଁ ଦିନ ବିଧାନସଭାରେ ଆସ୍ଥା ଭୋଟ୍ ଥିଲା ସେହି ଦିନ ବି ଚଢ଼ଉ କରାଯାଇଥିଲା। ଏଥିରୁ ବିଜେପି କାହିଁକି ଏଭଳି କରୁଛି ବୁଝିଯିବା ଉଚିତ୍। ଯେଉଁ ସବୁ ଚଢ଼ଉ ହୋଇଥିଲା, ସେଥିରୁ ଇଡି ଓ ସିବିଆଇକୁ କ’ଣ ମିଳିଥିଲା? ୧୦୦କୋଟି ନା ୧୦୦୦କୋଟି? ୨୦୧୭ରେ କୁହାଯାଇଥିଲା ଯେ ଆମ ପରିବାରଠାରୁ ୧୦୦୦କୋଟିର ବେନାମୀ ସମ୍ପତ୍ତି ଜବତ କରାଯାଇଛି। ଇଡି, ସିବିଆଇ ଏହାର ଅନୁସନ୍ଧାନ କରିଥିଲେ। ଏବେ ହେଉଛି ୨୦୨୩, ବର୍ତ୍ତମାନ କହନ୍ତୁ ଗତ ୬ବର୍ଷରେ ଏହି ସମ୍ପତ୍ତିଗୁଡିକ ଗଲା କୁଆଡେ?

ତେଜସ୍ୱୀ ଯାଦବ ଆହୁରି କହିଛନ୍ତି ଯେ ମୁଁ କେବଳ ବିଜେପିକୁ ଏହା କହିବାକୁ ଚାହୁଁଛି ଯେ ଯିଏ ସେମାନଙ୍କର ନିର୍ଦ୍ଦେଶକ କିମ୍ବା ଯିଏ ସେମାନଙ୍କର ସ୍କ୍ରିପ୍ଟ ବା ସଂଳାପ ଲେଖକ, ତାକୁ ବଦଳାଇ ଦିଅନ୍ତୁ। କାରଣ ବର୍ତ୍ତମାନ ସମାନ କାମ ବାରମ୍ବାର କରିବା ଠିକ ନୁହେଁ। ଆମକୁ ହରାଇବା ପାଇଁ ସେମାନଙ୍କୁ କିଛି ନୂଆ ଷଡଯନ୍ତ୍ର କରିବା ଉଚିତ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe