୧୮ ବର୍ଷ ପରେ ବିଳମ୍ବିତ ରାତିରେ ମହାଜାଗତିକ ଦୃଶ୍ୟ

Advertisment
୧୮ ବର୍ଷ ପରେ ବିଳମ୍ବିତ ରାତିରେ ମହାଜାଗତିକ ଦୃଶ୍ୟ

ନୂଆଦିଲ୍ଲୀ: ଗତ ବୁଧବାର ରାତି‌ରେ ଭାରତର ଅନେକ ସ୍ଥାନରେ ଶନି ଚନ୍ଦ୍ରଗ୍ରହଣ ଦେଖା ଦେଇଛି। ଏହି ବିରଳ ଦୃଶ୍ୟ ଦୀର୍ଘ ୧୮ବର୍ଷ ପରେ ଦେଖା ଦେଇଛି ବୋଲି କୁହାଯାଉଛି। ମହାକାଶର ମହାଜାଗତିକ ଦୃଶ୍ୟର ଫଟୋ ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ସାମ୍ନାକୁ ଆସିଛି।

୧୮ ବର୍ଷ ପରେ ମହାକାଶରେ ଚନ୍ଦ୍ରମା ପଛରେ ଶନି ଗ୍ରହ ଲୁଚି ଯାଇଥିଲେ। ରାତି ସାଢେ ଗୋଟାଏରୁ ରାତି ୨ ଟା ୩୭ ମିନିଟ ମଧ୍ୟରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ଜ୍ୟୋର୍ତିବିଜ୍ଞାନୀମାନେ ଏକ ବିରଳ ମହାଜାଗତିକ ଦୃଶ୍ୟ ବୋଲି ଉଲ୍ଳେଖ କରିଛନ୍ତି । କାରଣ ଏମିତି ଦୃଶ୍ୟ ଅନେକ ବର୍ଷରେ ଥରେ ଦେଖିବାକୁ ମିଳିଥାଏ।

କାରଣ ସାଧାରଣତଃ ସୂର୍ଯ୍ୟପରାଗରେ ଚନ୍ଦ୍ର ସୂର୍ଯ୍ୟଙ୍କୁ ଘୋଡ଼ାଇ ଦେଇଥାଏ। କିନ୍ତୁ ଶନି ଗ୍ରହ ସାମ୍ନାରେ ଚନ୍ଦ୍ରଙ୍କ ଚଳନ ହେବା ଫଳରେ ଶନିଗ୍ରହ କିଛି ସମୟପାଇଁ ଅଦୃଶ୍ୟ ହୋଇ ଯାଇଥିଲେ। ଏହି ଦୃଶ୍ୟ ଦେଶରେ ବିଭିନ୍ନ ସ୍ଥାନରେ  ଦୃଶ୍ୟମାନ ହୋଇଥିଲା। ଭାରତ ବ୍ୟତୀତ ଶନି ଚନ୍ଦ୍ରଗ୍ରହଣ ଶ୍ରୀଲଙ୍କା, ମିଆଁମାର ଓ ଚୀନରେ ବି ‌ଦେଖିବାକୁ ମିଳିଥିଲା। ଏହି ଦେଶରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାର ସମୟ ଭାରତ ସମୟ ଠାରୁ ଭିନ୍ନ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe