ସତ୍ୟ, ସାହସ ଓ ବଳିଦାନ ହେଉଛି ଗାନ୍ଧୀ ପରିବାରର ସାମର୍ଥ୍ୟ: ରାହୁଲ୍‌ ଗାନ୍ଧୀ

Advertisment
ସତ୍ୟ, ସାହସ ଓ ବଳିଦାନ ହେଉଛି ଗାନ୍ଧୀ ପରିବାରର ସାମର୍ଥ୍ୟ: ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ସତ୍ୟ, ସାହସ ଓ ବଳିଦାନ ଗାନ୍ଧୀ ପରିବାରର ଦାୟିତ୍ବବୋଧ ଓ ସାମର୍ଥ୍ୟ ବୋଲି ଦର୍ଶାଉ ଥିବା ଗୋଟାଏ ନୂଆ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌କୁ ଆଜି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ତାଙ୍କ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ସେୟାର୍‌ କରିଛନ୍ତି।

ପ୍ରଥମେ ରାହୁଲ୍‌ଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଇନ୍‌ଷ୍ଟାଗ୍ରାମ୍‌ କରିଥିବା ଏହି ପୋଷ୍ଟ୍‌ରେ ସେମାନଙ୍କ ବାପା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶବ ଶୋଭାଯାତ୍ରା କଥା ସ୍ମରଣ କରି  ପ୍ରିୟଙ୍କା କହିଛନ୍ତି, ସେଦିନ ବାପାଙ୍କ ଶବ ଯାଉଥିବା ସେନା ଟ୍ରକ୍‌ ପଛେ ପଛେ ଚାଲି ଚାଲି ଯିବାକୁ ରାହୁଲ୍‌ ଜିଦ୍‌ କରିଥିଲେ।

publive-image Image Courtesy of India Today

ପ୍ରିୟଙ୍କା କହିଛନ୍ତି, ଆଜି ମୋର ମନେପଡୁଛି ୩୨ ବର୍ଷ ତଳେ ମୋ ବାପାଙ୍କ ଶବ ନେଇ ଯାଉଥିବା ଟ୍ରକ୍‌ ପଛେ ପଛେ ଚାଲି ଚାଲି ଯିବାକୁ ରାହୁଲ୍‌ କିପରି ଜିଦ୍‌ ଧରିଥିଲା। ଖରାରେ ସେ ଟ୍ରକ୍‌ ପଛେ ପଛେ ଚାଲି ଚାଲି ଯାଇଥିଲା। ମୋ ବାପାଙ୍କ ଶବ ତ୍ରିରଙ୍ଗ ପତାକାରେ ଆବୃତ ହୋଇଥିଲା। ଦେଶ ପାଇଁ ଆତ୍ମବଳି ଦେଇଥିବା ମୋ ବାପାଙ୍କୁ ଆପଣମାନେ ଅପମାନିତ କରିଛନ୍ତି। ଏବେ ସେ ସହିଦଙ୍କ ପୁଅକୁ ବିଶ୍ବାସଘାତକ କୁହାଯାଉଛି, ତା’ର ଦେଶାତ୍ମବୋଧକତା ପ୍ରତି ସନ୍ଦେହ କରାଯାଉଛି। ତାକୁ ‘ମୀର୍‌ ଜାଫର୍‌’ କୁହାଯାଉଛି।

publive-image Image Grabbed From Video

ରାଜୀବ ଗାନ୍ଧୀଙ୍କ ଶବ ଶୋଭାଯାତ୍ରାର ଭିଡିଓ ଦେଖାଯାଉଥିବା ଏହି ‘ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌’କୁ ସେୟାର୍‌ କରି ରାହୁଲ୍‌ ଗାନ୍ଧୀ ଲେଖିଛନ୍ତି: ସତ୍ୟ, ସାହସ ଓ ବଳିଦାନ- ଏ ହେଉଛି ଆମର ଦାୟ ଏବଂ ସାମର୍ଥ୍ୟ ମଧ୍ୟ।

ଭିଡିଓରେ ରହିଛି ତ୍ରିରଙ୍ଗ ପତାକାରେ ଆଚ୍ଛାଦିତ ରାଜୀବ ଗାନ୍ଧୀଙ୍କ ଶବ ଶୋଭାଯାତ୍ରା ଦୃଶ୍ୟ। ଅସଂଖ୍ୟ ଜନତା ଯୋଗ ଦେଇଥିବା ଏହି ଶବ ଶୋଭାଯାତ୍ରା ପ୍ରାୟ ୧୦ ମାଇଲ୍‌ ପର୍ଯ୍ୟନ୍ତ ଯାଇଥିଲା।

ସୂନାଯୋଗ୍ୟ, ୧୩ ଘଣ୍ଟା ତଳୁ ପୋଷ୍ଟ୍‌ ହୋଇଥିବା ଏହି ଭିଡିଓକୁ ୨୪୪ଟି ଲାଇକ୍‌ ମିଳିଥିବା ବେଳେ ୪୦୦୦ ହଜାରରୁ ଅଧିକ କମେଣ୍ଟ୍‌ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe