ମୁଁ ରାଜ୍ୟପାଳ ଥିବାବେଳେ ଜମ୍ମୁକଶ୍ମୀରରେ ଆତଙ୍କବାଦୀ ପଶିପାରୁନଥିଲେ: ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ

Advertisment
୩୦୦ କୋଟି ଲାଞ୍ଚ ମାମଲା: ସତ୍ୟପାଲ ମଲିକଙ୍କୁ ୫ ଘଣ୍ଟା ସିବିଆଇ ଜେରା

photo-zee news

ନୂଆଦିଲ୍ଲୀ: ଅକ୍ଟୋବର ଆରମ୍ଭରୁ ଜମ୍ମୁକଶ୍ମୀରରେ ଅଣ-କଶ୍ମୀରବାସୀଙ୍କୁ ଆତଙ୍କବାଦୀ ଟାର୍ଗେଟ କରିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏହି ପ୍ରସଙ୍ଗରେ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ଯେ ଯେତେବେଳେ ସେ ଜମ୍ମୁକଶ୍ମୀରର ରାଜ୍ୟପାଳ ଥିଲେ ସେତେବେଳେ ଆତଙ୍କବାଦୀଙ୍କ ପାଖରେ ଏତେ ସାହସ ନଥିଲା। କିନ୍ତୁ ବର୍ତ୍ତମାନ ସେମାନେ ନିରୀହ ଲୋକଙ୍କୁ ଚୟନ କରି ହତ୍ୟା କରୁଛନ୍ତି | ତାଙ୍କ କାର୍ଯ୍ୟକାଳ ସହିତ ବର୍ତ୍ତମାନର ସମୟକୁ ତୁଳନା କରି ସତ୍ୟପାଲ ମଲିକ କହିଛନ୍ତି ଯେ, 'ମୁଁ ଯେତେବେଳେ ଜମ୍ମୁକାଶ୍ମୀରର ରାଜ୍ୟପାଳ ଥିଲି, ସେତେବେଳେ ଆତଙ୍କବାଦୀମାନେ ଶ୍ରୀନଗରର ୫୦ କିଲୋମିଟର ଦୂରତା ମଧ୍ୟରେ ପ୍ରବେଶ କରିବାକୁ ସାହସ କରିନଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ଚୟନ କରି ଲୋକଙ୍କୁ ହତ୍ୟା କରୁଛନ୍ତି'।

ଜମ୍ମୁକଶ୍ମୀରରେ ଅକ୍ଟୋବର ଆରମ୍ଭରୁ ଆତଙ୍କବାଦୀଙ୍କମାନେ ୧୧ ଜଣଙ୍କୁ ହତ୍ୟା କରିଛନ୍ତି | ଉଲ୍ଲେଖ‌ଯୋଗ୍ୟ, ଗତ କିଛି ଦିନ ଧରି ଜମ୍ମୁ କାଶ୍ମୀରରେ ଲସ୍କର ଓ ଜୈଶ ଆତଙ୍କବାଦୀ ସେମାନଙ୍କ ଆକ୍ରମଣ ତରିକା ବଦଳାଇ ଦେଇଛନ୍ତି ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରି ହତ୍ୟା କରୁଛନ୍ତି। ସାଧାରଣତଃ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍‌ କରି ଆକ୍ରମଣ ବଢ଼ିଛି। କାଶ୍ମୀର ପଣ୍ଡିତମାନଙ୍କୁ ମଧ୍ୟ ଟାର୍ଗେଟ୍‌ କରାଯାଉଛି।

ଫଳରେ ବହୁ ସଂଖ୍ୟାରେ କଶ୍ମୀର ପଣ୍ଡିତ କଶ୍ମୀର ଛାଡ଼ି ପଳାଉଛନ୍ତି | ବାହାର ରାଜ୍ୟରୁ ଆସି ଏଠାରେ ଶ୍ରମିକ, କୁଶଳୀ ଶ୍ରମିକ ଏବଂ ଛୋଟମୋଟ ବେପାର କରୁଥିବା ଲୋକଙ୍କୁ ଆତଙ୍କବାଦୀ ଟାର୍ଗେଟ କରି ହତ୍ୟା କରୁଛନ୍ତି | ସତ୍ୟପାଲ ମଲିକ ଅଗଷ୍ଟ ୨୩, ୨୦୧୮ରୁ ଅକ୍ଟୋବର ୩୦, ୨୦୧୯ ପର୍ଯ୍ୟନ୍ତ ଜମ୍ମୁକଶ୍ମୀରର ରାଜ୍ୟପାଳ ରହିଥିଲେ। ସତ୍ୟପାଲ ମଲିକଙ୍କ କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାର ଜମ୍ମୁକଶ୍ମୀରକୁ ଅଗଷ୍ଟ ୫, ୨୦୧୯ରେ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe