ରାଜ୍ୟପାଳରୁ ହଟିବା ପରେ ସିବିଆଇ ମତେ ପ୍ରଶ୍ନ ପଚାରିବ: ସତ୍ୟପାଲ ମଲିକ

Advertisment
ରାଜ୍ୟପାଳରୁ ହଟିବା ପରେ ସିବିଆଇ ମତେ ପ୍ରଶ୍ନ ପଚାରିବ: ସତ୍ୟପାଲ ମଲିକ

Image Source--indiatoday

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ସମେତ ବିଭିନ୍ନ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଘେରିଥିବା ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ ସେପ୍ଟେମ୍ବର ୩୦ରେ ଏହି ପଦରୁ ଅବସର ନେଉଛନ୍ତି। ସେ କହିଛନ୍ତି ଯେ ଯଦିଓ ଭବିଷ୍ୟତରେ ସେ ନିର୍ବାଚନ ରାଜନୀତିର ଅଂଶ ହେବେ ନାହିଁ, ତଥାପି ସେ ଆନ୍ଦୋଳନ ସହ ଜଡିତ ରହିବେ। ଏହା ବ୍ୟତୀତ ଭବିଷ୍ୟତରେ ଏକ ପୁସ୍ତକ ଲେଖିବାକୁ ମଧ୍ୟ ତାଙ୍କର ଇଚ୍ଛା ଅଛି |

ଜମ୍ମୁକଶ୍ମୀରର ରାଜ୍ୟପାଳ ଭାବରେ ଲାଞ୍ଚ ନେଇଥିବା ନେଇ ଅଭିଯୋଗର ସମ୍ମୁଖୀନ ହେଉଥିବା ସତ୍ୟପାଲ ମଲିକ କହିଛନ୍ତି ଯେ ରାଜ୍ୟପାଳ ପଦ ଯିବା ମାତ୍ରେ ସିବିଆଇ ତାଙ୍କୁ ପ୍ରଶ୍ନ କରିପାରେ। ମେଘାଳୟର ବର୍ତ୍ତମାନର ରାଜ୍ୟପାଳ ସତ୍ୟପାଲ ମଲିକ ଗତ ବର୍ଷ ମାର୍ଚ୍ଚ ୧୭ ରେ ଦେଇଥିବା ବୟାନକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଥିଲା | ସେହି ସମୟରେ ମଲିକ ଦିଲ୍ଲୀରେ କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ କଡା ଟାର୍ଗେଟ କରିଥିଲେ | ସେ କହିଥିଲେ ଯେ କୁକୁରଟିଏ ମରିଗଲେ ମଧ୍ୟ ନେତାମାନେ ଶୋକ କରନ୍ତି କିନ୍ତୁ ଏଠାରେ ୨୫୦ ଚାଷୀଙ୍କ ମୃତ୍ୟୁ ଘଟିଥିଲେ ବି କେହି କିଛି କହିନାହାନ୍ତି |

ସତ୍ୟପାଲ ମଲିକ ହେଉଛନ୍ତି ଏମିତି ଜଣେ ରାଜ୍ୟପାଳ ଯିଏକି ଆଠ ବର୍ଷରେ କେନ୍ଦ୍ରରେ ମୋଦୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଚାରିଟି ରାଜ୍ୟକୁ ବଦଳି ହୋଇଛନ୍ତି। ସେ ଜମ୍ମୁକଶ୍ମୀରର ରାଜ୍ୟପାଳ ଥିବାବେଳେ ସତ୍ୟପାଲ ମଲିକଙ୍କ ନାମରେ ଲାଞ୍ଚ ନେଇଥିବା ନେଇ ଅଭିଯୋଗ ଆସିଥିଲା | ଆଉ ଏହି ମାମଲାରେ ସିବିଆଇ ତଦନ୍ତ କରୁଛି। ଏକ ପ୍ରଶ୍ନର ଉତ୍ତରରେ ମଲିକ କହିଛନ୍ତି ଯେ ସେ ବର୍ତ୍ତମାନ ଏ ବିଷୟରେ କିଛି କହିବେ ନାହିଁ। ଅବସର ପରେ ସେ ସିବିଆଇକୁ ଏ ବିଷୟରେ ଜଣାଇବେ।
,

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe