୫ମାସ ହେଲାଣି ଭାତ ଖାଇନାହିଁ, ୨୮କିଲୋ ଓଜନ ହରାଇଛି; ଜାଣନ୍ତୁ ଏଭଳି ଲେଖି କୋର୍ଟଙ୍କୁ କ’ଣ ମାଗିଲେ ସତ୍ୟେନ୍ଦ୍ର ଜୈନ

Advertisment
୫ମାସ ହେଲାଣି ଭାତ ଖାଇନାହିଁ, ୨୮କିଲୋ ଓଜନ ହରାଇଛି; ଜାଣନ୍ତୁ ଏଭଳି ଲେଖି କୋର୍ଟଙ୍କୁ କ’ଣ ମାଗିଲେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: ଜେଲରେ ରହି ମସାଜ ନେଉଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ବିବାଦରେ ଅଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଏମଧ୍ୟରେ ସେ ନିଜ ଧାର୍ମିକ ବିଶ୍ୱାସ ଅନୁଯାୟୀ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ତିହାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଦିଲ୍ଲୀ କୋର୍ଟରେ ଆବେଦନ କରିଛନ୍ତି। ଆଜି ସ୍ୱତନ୍ତ୍ର ବିଚାରପତି ବିକାଶ ଢ଼ଲ ଏହି ଆବେଦନର ଶୁଣାଣି କରିବେ ବୋଲି କୁହାଯାଉଛି। ଏହି ଆବେଦନରେ ତୁରନ୍ତ ମନ୍ତ୍ରୀଙ୍କ ଡାକ୍ତରୀ ପରୀକ୍ଷା କରିବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ଜୈନଙ୍କ ଓକିଲ ମହମ୍ମଦ ଇରଶାଦ କହିଛନ୍ତି ଯେ ଜେଲ ଭିତରେ ଜୈନଙ୍କୁ ମୌଳିକ ଖାଦ୍ୟ ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ ନାହିଁ।

କୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଜୈନ ଧର୍ମ ଅନୁଯାୟୀ ଜେଲରେ ଖାଦ୍ୟ ଉପଲବ୍ଧ ନାହିଁ। ୫ମାସ ମଧ୍ୟରେ ସତ୍ୟେନ୍ଦ୍ର ଜୈନଙ୍କ ଓଜନ ୨୮କିଲୋଗ୍ରାମ ହ୍ରାସ ପାଇଛି। ଆବେଦନପତ୍ରରେ ଦର୍ଶାଯାଇଛି ଯେ, ଗିରଫ ହେବା ଦିନ ଠାରୁ ସେ କୌଣସି ଜୈନ ମନ୍ଦିର ପରିଦର୍ଶନ କରିପାରିନାହାନ୍ତି ଏବଂ ଜୈନ ଧର୍ମରେ ଜଣେ ଗଭୀର ବିଶ୍ବାସୀ ହୋଇଥିବାରୁ ସେ ଧାର୍ମିକ ଉପବାସ ପାଳନ କରୁଛନ୍ତି। ଏହି ଉପାବାସ ସମୟରେ ସେ ରନ୍ଧା ଖାଦ୍ୟ, ଡାଲି, ଶସ୍ୟ ଏବଂ କ୍ଷୀର ଖାଆନ୍ତି ନାହିଁ। ସେ କେବଳ ଫଳ, ପନିପରିବା ଏବଂ ଖଜୁରୀ ଖାଇଥାନ୍ତି। ଏହି ଉପବାସ ମଧ୍ୟରେ ସେ ଜେଲରେ ଆହତ ହୋଇଥିଲେ, ଯାହାଦ୍ବାରା ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କର ଫୁସଫୁସରେ ମଧ୍ୟ ସମସ୍ୟା ରହିଛି, ଯାହାକୁ କୋଭିଡ ପରବର୍ତ୍ତୀ ଲକ୍ଷଣ ବୋଲି କୁହାଯାଉଛି। ଏସବୁ ମଧ୍ୟରେ ଗତ ୧୨ଦିନ ହେଲାଣି ଜେଲ ପ୍ରଶାସନ ଧାର୍ମିକ ବିଶ୍ୱାସ ଅନୁଯାୟୀ ଜୈନଙ୍କୁ ମୌଳିକ ଖାଦ୍ୟ ସାମଗ୍ରୀ ଯୋଗାଇବା ବନ୍ଦ କରିଦେଇଛି। ଏଭଳି କରିବା ଅବୈଧ ଏବଂ ଅନୁଚିତ୍ ଅଟେ। ତେଣୁ ତୁରନ୍ତ ଜୈନଙ୍କୁ ତାଙ୍କ ମୌଳିକ ଖାଦ୍ୟ ଯୋଗାଇବାକୁ ଅନୁରୋଧ କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe