Image Courtesy of Zee News
ପେନ୍ସାକୋଲା: ସାମରିକ ତାଲିମ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଥିବା ସାଉଦୀ ବାୟୁସେନାର ଜଣେ ସଦସ୍ୟ ଶୁକ୍ରବାର ଦିନ ଫ୍ଲୋରିଡାସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ନୌସେନା ବେସ୍ରେ ହୋଇଥିବା ଗୁଳିକାଣ୍ଡର ସନ୍ଦିଗ୍ଧ ବୋଲି ପ୍ରାଦେଶିକ ଗଭର୍ଣ୍ଣର୍ ଏବଂ ଅନ୍ୟ ସରକାରୀ ଅଧିକାରୀମାନେ କହିଛନ୍ତି। ଏହି ଗୁଳିକାଣ୍ଡରେ ଚାରିଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ଓ ଅନ୍ୟ ଆଠ ଜଣ ଆହତ ହୋଇଥିଲେ।
ଗୁଳିଚାଳନାକାରୀଙ୍କ ପାଖରେ ଥିଲା ଗୋଟିଏ ଛୋଟ ବନ୍ଧୁକ। ପେନ୍ସାକୋଲା ନୌସେନା ଏୟାର୍ ଷ୍ଟେସନ୍ରେ ପାହାନ୍ତାରେ ହୋଇଥିବା ଏହି ଗୁଳିକାଣ୍ଡ ସମୟରେ ଆକ୍ରମଣକାରୀଙ୍କୁ ସେରିଫ୍ର ଡେପୁଟିମାନେ ଗୁଳି ମାରି ହତ୍ୟା କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ଆଡ୍ଡାରେ ଏ ସପ୍ତାହରେ ଏହା ହେଉଛି ଦ୍ୱିତୀୟ ମାରାତ୍ମକ ଗୁଳିକାଣ୍ଡ।
Image Courtesy of Alzajeeraଫ୍ଲୋରିଡାର ଗଭର୍ଣ୍ଣର୍ ରୋନ୍ ଡିସାନ୍ଟିସ୍ କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ମିତ୍ର ରାଷ୍ଟ୍ରମାନଙ୍କ ପାଇଁ ଦୀର୍ଘ କାଳ ପାଇଁ ଉନ୍ମୁକ୍ତ ଥିବା ନୌସେନା କାର୍ଯ୍ୟକ୍ରମରେ ଅଂଶବିଶେଷ ଭାବେ ଏହି ବେସ୍ରେ ତାଲିମ ଗ୍ରହଣ କରିବାକୁ ସନ୍ଦିଗ୍ଧ ସାଉଦୀ ନାଗରିକଜଣକ ଯୋଗ ଦେଇଥିଲେ।
Follow Us