ଡ୍ରୋନ ଆକ୍ରମଣର ପ୍ରତିଶୋଧ ନେଲା ସାଉଦି ଆରବ: ହୁତି ବିଦ୍ରୋହୀଙ୍କ ଉପରେ ବୋମାବର୍ଷଣ; ୭୭ ନିହତ ଓ ୧୪୬ ଆହତ

Advertisment
ଡ୍ରୋନ ଆକ୍ରମଣର ପ୍ରତିଶୋଧ ନେଲା ସାଉଦି ଆରବ: ହୁତି ବିଦ୍ରୋହୀଙ୍କ ଉପରେ ବୋମାବର୍ଷଣ; ୭୭ ନିହତ ଓ ୧୪୬ ଆହତ

ଆବୁଧାବି : ୟେମେନର ହୁତି ବିଦ୍ରୋହୀଙ୍କ ଉପରେ  ସାଉଦି ଆରବର ମିଳିତ ବାହିନୀ କ୍ରମାଗତ ଚତୁର୍ଥ ଦିନ ଧରି ଏଆରଷ୍ଟ୍ରାଇକ୍ ଜାରି ରଖିଛି । ଏଥିରେ ୭୭ ଜଣ ନିହତ ହୋଇଛନ୍ତି ଓ ୧୪୬ ଜଣ ଆହତ ହୋଇଛନ୍ତି । ସାଉଦି ମିଳିତ ବାହିନୀର ଆକ୍ରମଣରେ ଏତେ ସଂଖ୍ୟକ ଆହତ ହୋଇଛନ୍ତି ଯେ ସହରର ୩ଟି ହସ୍ପିଟାଲ ହସ୍ପିଟାଲ ଭର୍ତ୍ତି ହୋଇଯାଇଛି । ହସ୍ପିଟାଲରେ ଆଉ ସ୍ଥାନ ନାହିଁ । ହୁତି ବିଦ୍ରୋହୀଙ୍କ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ମୃତକଙ୍କ ସଂଖ୍ୟା ବଢିପାରେ କାରଣ ଧ୍ଵଂସାବଶେଷ ତ‌ଳେ ରହିଯାଇଥିବା ଲୋକମାନଙ୍କ ଉଦ୍ଧାର ଜାରିରହିଛି।

ମିଡିଆ ରିପୋର୍ଟ ଅନୁସାରେ ସାଉଦି ମିଳିତ ସେନା ୟେମେନର ଉତ୍ତର ପ୍ରାନ୍ତରେ ଏକ ନଜରବନ୍ଦୀ କେନ୍ଦ୍ର ଉପରେ ୫୯ରୁ ଅଧକ ଥର ଏଆରଷ୍ଟ୍ରାଇକ୍ କରିଛି । ଏହି ଆକ୍ରମଣରେ ନଜରବନ୍ଦୀ କେନ୍ଦ୍ର ସଂପୂର୍ଣ୍ଣ ଭାବେ ଧ୍ଵଂସ ହୋଇଯାଇଛି । ସାଉଦିର ସେନା ଲାଲ ସାଗର ନିକଟରେ ଥିବା ହଦେଇଦା ସହର ଉପରେ ମଧ୍ୟ ବୋମାବର୍ଷଣ କରିଛି । ଏହା ଦ୍ଵାରା ୟେମେନର ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣଭାବେ ବନ୍ଦ ହୋଇଯାଇଛି । ସାଉଦି ମେଣ୍ଟର ଆକ୍ରମଣ ବିରୋଧରେ ହଜାର ହଜାର ହୁତି ବିଦ୍ରୋହୀ ୟେମେନର ରାଜଧାନୀ ସାନାରେ ବିରୋଧ ପ୍ରଦର୍ଶନ କରୁଛନ୍ତି।

ୟେମେନର ହୁତି ବିଦ୍ରୋହୀମାନେ ୟୁଏଇର ରାଜଧାନୀ ଆବୁଧାବିରେ ଡ୍ରୋନ୍ ଆକ୍ରମଣ କରିଥିଲେ । ଏଥିରେ ୨ ଜଣ ଭାରତୀୟଙ୍କ ସହ ୩ ଜଣ ମୃତ୍ୟୁବରଣ କରିଥିଲେ । ସୂଚନା ଅନୁସାରେ ତେଲ କମ୍ପାନୀ ‘ଏଡିଏନଓସି’ ର ଗୋଦାମ ପାଖରେ ମୁସାଫା ଶିଳ୍ପାଞ୍ଚଳରେ ତେଲ ଟାଙ୍କିରେ ବିସ୍ପୋରଣ ହୋଇଥିଲା । ଏହି ଡ୍ରୋନ୍ ଆକ୍ରମଣ ବିରୋଧରେ ସାଉଦି ଆରବର ନେତୃତ୍ଵରେ ମିଳିତ ବାହିନୀ ଯୁଦ୍ଧ ବିମାନ ଦ୍ଵାରା ହୁତିମାନଙ୍କ ଉପରେ ବୋମାବର୍ଷଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe