ମଦିନାରେ ବିପୁଳ ସୁନା ଓ ତମ୍ବା ଖଣିର ସନ୍ଧାନ ପାଇଥିବା କଥା ଘୋଷଣା କଲା ସାଉଦି ଆରବ

Advertisment
ଚୋରାଚାଲାଣ ୨୦୨୧-୨୨’ ରିପୋର୍ଟ: ମିଆଁମାର ଦେଇ ଆସୁଛି ଚୋରା ସୁନା

Image Courtesy of Qatar Day

ନୂଆଦିଲ୍ଲୀ: ପବିତ୍ର ମଦିନା ନଗରୀରେ ବିପୁଳ ପରିମାଣର ସୁନା ଓ ତମ୍ବା ପଥର ଥିବା ନୂଆ ଖଣିର ସନ୍ଧାନ ପାଇଥିବା କଥା ନିକଟରେ ସାଉଦି ଆରବ ଘୋଷଣା କରିଛି।

ଟୁଇଟ୍‌ କରି ‘ସାଉଦି ଜିଓଲୋଜିକାଲ୍‌ ସର୍ଭେ’ ସୂଚନା ଦେଇଛି ଯେ, ମଦିନା ଅଞ୍ଚଳର ଆବା-ଅଲ୍‌-ରାହା ସୀମା ମଧ୍ୟରେ ସୁନା ପଥର ଆବିଷ୍କୃତ ହୋଇଛି। ସେହିପରି, ମଦିନାର ଅଲ୍‌-ଫରା ଅନ୍ତର୍ଗତ ଅଲ୍‌-ମଦିକ୍‌ ଅଞ୍ଚଳର ୪ଟି ସ୍ଥାନରେ ତମ୍ବା ପଥରର ସନ୍ଧାନ ମିଳିଛି।

ଟୁଇଟର୍‌ରେ ‘ସାଉଦି ଜିଓଲୋଜିକାଲ୍‌ ସର୍ଭେ’ ଆହୁରି ମଧ୍ୟ କହିଛି ଯେ, ନୂଆ ଆବିଷ୍କାର ପରେ ସମଗ୍ର ବିଶ୍ବ ନିମନ୍ତେ ଆମେ ପ୍ରତିଶ୍ରୁତିସମ୍ପନ୍ନ ବିନିଯୋଗ ସୁଯୋଗ ପାଇଁ ଅଧିକ ସମ୍ଭାବନା ଉନ୍ମୁକ୍ତ କରିଛୁ।

publive-image Image Courtesy of Times News

ସମ୍ବାଦପତ୍ର ‘ଅଲ୍‌ ଆରବ୍ୟା’ ରିପୋର୍ଟ ଅନୁସାରେ, ନୂଆ ଆବିଷ୍କାର ଏବେ ସ୍ଥାନୀୟ ଏବଂ ଆନ୍ତର୍ଜାତିକ ନିବେଶକାରୀମାନଙ୍କୁ ଆକର୍ଷିତ କରିବା ସହିତ ଜାତୀୟ ଅର୍ଥନୀତିର ବିକାଶ ପ୍ରତି ଅବଦାନ ଦେବ ବୋଲି ଆଶା। ସରକାରୀ ଅଧିକାରୀମାନଙ୍କର ମନେହେଉଛି ଯେ, ନବଆବିଷ୍କୃତ ଖଣି ନିମନ୍ତେ ୫୩୩ ନିୟୁତ ଡଲାର୍‌ ବିନିଯୋଗ ଆବଶ୍ୟକ ପଡ଼ିବ। ଏହାଦ୍ବାରା ପ୍ରାୟ ୪୦୦୦ ନିଯୁକ୍ତି ବି ସୃଷ୍ଟି କରିହେବ।

‘ସାଉଦୀ ଜିଓଲୋଜିଷ୍ଟ୍‌ କୋଅପରେଟିଭ୍‌ ଆସୋସିଏନସ୍‌’ର ଅଧ୍ୟକ୍ଷ ପ୍ରଫେସର୍‌ ଅବ୍ଦୁଲାଜିଜ୍‌ ବିନ୍‌ ଲବୋନ୍‌ ଜାନୁଆରି ମାସରେ କହିଥିଲେ, ସାଉଦି ଆରବରେ ୫,୩୦୦ ଖଣିଜ ପଦାର୍ଥ ଥିବା ସ୍ଥାନ ରହିଛି। ସେଥିରେ ରହିଛି ଧାତବ ଓ ଅଣଧାତବ ଶିଳା, କୋଠା ନିର୍ମାଣ ସାମଗ୍ରୀ, ସାଜସଜ୍ଜା ନିମନ୍ତେ ଆବଶ୍ୟକ ପଥର ଓ ରତ୍ନ ପଥର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe