ସାଉଦି ଆରବରେ ଦୁର୍ନୀତି ଦମନ ପ୍ରୟାସ: ବହୁ ରାଜକୁମାର ଓ ମନ୍ତ୍ରୀ ଗିରଫ

Advertisment
ସାଉଦି ଆରବରେ ଦୁର୍ନୀତି ଦମନ ପ୍ରୟାସ: ବହୁ ରାଜକୁମାର ଓ ମନ୍ତ୍ରୀ ଗିରଫ

Image Courtesy of The Gurardian

ରିୟାଧ: ରାଜ୍ୟର ଯୁବ ଯୁବରାଜ ନିଜ ହାତରେ କ୍ଷମତା ଠୁଳ କରିବା କାରଣରୁ ଜଣେ କୋଟିପତି, ଡଜନାଧିକ ପୂର୍ବତନ ଏବଂ ଏବକାର ମନ୍ତ୍ରୀଙ୍କ ସମେତ ୧୧ ଜଣ ରାଜପୁତ୍ରଙ୍କୁ ଗିରଫ କରିଛି ସାଉଦି ଆରବ।

ସାଉଦି ଆରବର ରାଜା ସଲମନ ଶନିବାର ଦିନ ଏମାନଙ୍କୁ ବିଭିନ୍ନ ପଦପଦବୀରୁ ହଟାଇବା ପରେ ଏକ ନୂତନ ଦୁର୍ନିତି ବିରୋଧୀ କମିଟି ଯୁବରାଜ ମହମ୍ମଦ ବିନ୍‌ ସଲ୍‌ମନଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ବିଷୟ ଘୋଷଣା କରିଛନ୍ତି।

ରାଷ୍ଟ୍ରାୟତ ସାଉଦି ପ୍ରେସ୍‌ ଏଜେନ୍‌ସି କହିଛି ଯେ କମିସନ୍‌ଙ୍କ ଲକ୍ଷ୍ୟ ହେଉଛି ସର୍ବସାଧାରଣଙ୍କ ଅର୍ଥ ସୁରକ୍ଷିତ ରଖିବା, ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଓ କ୍ଷମତାର ଦୁରୁପଯୋଗ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା।

ଏହି ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ବିଦେଶ ପଳାୟନ ରୋକିବାକୁ ନିରାପତା ବଳ ଜେଦ୍ଦାଃଠାରେ ଘରୋଇ ଜେଟ୍‌ ବିମାନଗୁଡ଼ିକ ଅବତରଣ କରାଇଥିଲେ।

ନ୍ୟାସ୍‌ନାଲ୍‌ ଗାର୍ଡର ମୁଖ୍ୟ ରୂପେ ଅବସ୍ଥାପିତ ରାଜକୁମାର ମିତେବ୍‌ ବିନ୍‌ ଅବ୍‌ଦୁଲ୍ଲାଙ୍କୁ ମଧ୍ୟ ବହିଷ୍କାର କରାଯାଇଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe