ବାଇଡେନ ଜମଲ ଖାସୋଗିଙ୍କ ହତ୍ୟା ପ୍ରସଙ୍ଗ ଉଠାଇବାରୁ ସାଉଦି ଆରବର ତୀବ୍ର ପ୍ରତିକ୍ରିୟା

Advertisment
ବାଇଡେନ ଜମଲ ଖାସୋଗିଙ୍କ ହତ୍ୟା ପ୍ରସଙ୍ଗ ଉଠାଇବାରୁ ସାଉଦି ଆରବର ତୀବ୍ର ପ୍ରତିକ୍ରିୟା

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସାଉଦି ଅସନ୍ତୁଷ୍ଟ ଜମାଲ ଖାସୋଗିଙ୍କ ହତ୍ୟା ଘଟଣାକୁ ‘ଜଘନ୍ୟ’ ବୋଲି ଅଭିହିତ କରିବା ସହ ଭବିଷ୍ୟତରେ ଯେପରି ଏପରି ଘଟଣା ନ ଘଟେ ତାହା ଦେଖିବା ଲାଗି ଯୁବରାଜ ମହମ୍ମଦ ବିନ୍ ସଲମାନ (ଏମ୍‌ବିଏସ୍‌)ଙ୍କୁ ଚେତାବନୀ ଦେଇଥିଲେ। ତେବେ ଶୁକ୍ରବାର ଯୁବରାଜଙ୍କ ସହ କଥାବାର୍ତ୍ତା ସମୟରେ ଯଦି ପୁଣି ଏପରି ଘଟେ ‌ବାଇଡେନ କ’ଣ କରିବେ ତାହା ସୂଚାଇ ନ ଥିଲେ। ବାଇଡେନଙ୍କ ଏପରି ଚେତାବନୀକୁ ନେଇ ସାଉଦି ଆରବ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ଶନିବାର ସାଉଦି ଅଧିକାରୀମାନେ କହିଛନ୍ତି ଯେ ସେମାନେ ସାମ୍ବାଦିକ ଜମଲ ଖସୋଗିଙ୍କ ହତ୍ୟା ପରେ ଆଗକୁ ବଢ଼ିବାକୁ ଚାହୁଥିଲେ। କିନ୍ତୁ ଯୁବରାଜଙ୍କ ସହ ବାଇଡେନଙ୍କ ଆଲୋଚନା ଏବଂ ଖସୋଗିଙ୍କ ହତ୍ୟାକୁ ନେଇ ଯୁବରାଜଙ୍କୁ ବାଇଡେନ ଚେତାବନୀ ଦେବା ଘଟଣା ଉଭୟଙ୍କ ଭିତରେ ଉତ୍ତେଜନା ବୃଦ୍ଧି କରିଛି। ବାଇଡେନଙ୍କ ପ୍ରଶାସନ ଗତବର୍ଷ ଖସୋଗିଙ୍କ ହତ୍ୟାକୁ ନେଇ ଏକ ଗୋଇନ୍ଦା ରିପୋର୍ଟ ବାହାର କରିଥିଲା, ଯେଉଁଥିରେ ଦର୍ଶାଯାଇଛି ଯେ ଖସୋଗିଙ୍କ ବିରୋଧରେ ଅପରେସନ ପାଇଁ ଯୁବରାଜ ଅନୁମତି ଦେଇଥିଲେ ଏବଂ ଏହି କାର୍ଯ୍ୟାନୁଷ୍ଠାନରେ ତାଙ୍କର ନିଧନ ହୋଇଯାଇଥିଲା।

ଅଲ-ଆରବିୟା ଚାନେଲ ଜନୈକ ସାଇଦି ଅଧିକାରୀଙ୍କ ମତକୁ ଉଲ୍ଲେଖ କରି ପ୍ରକାଶ କରିଛି ଯେ ଉଭୟ ଜମଲ ଖସୋଗି ପ୍ରସଙ୍ଗର ସମାଧାନ କରିଛନ୍ତି ଏବଂ ଯୁବରାଜ କହିଛନ୍ତି ଯେ ଖସୋଗିଙ୍କ କ୍ଷେତ୍ରରେ ଯାହା ଘଟିଗଲା ତାହା ଅତ୍ୟନ୍ତ ଦୁଃଖଦାୟକ। ଏପରି ଘଟଣା ପୁନଶ୍ଚ ନ ଘଟିବା ପାଇଁ ସମସ୍ତ ଆଇନଗତ ପଦକ୍ଷେପ ନିଆଯାଇଛି। କିନ୍ତୁ ବାଇଡେନ ଏପରି କହିବା ଉଚିତ ନ ଥିଲା ଯାହା ଏମ୍‌ବିଏସ୍‌ଙ୍କୁ କଷ୍ଟ ଦେଇଛି। କାରଣ ସାଉଦି ଆରବରେ ଯାହା ଘଟିଲା ସେପରି ଘଟଣା ବିଶ୍ବର ଯେକୌଣସି ସ୍ଥାନରେ ଘଟୁଛି। ସ୍ବୟଂ ଆମେରିକା ବି ଇରାକର ଆବୁ ଘାରିବ ଜେଲରେ ବନ୍ଦୀମାନଙ୍କୁ ରଖି ନିର୍ଯାତନା ଦେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe