ସାଉଦି ନିର୍ମାଣ କରିବ ବିଶ୍ବର ସର୍ବବୃହତ କୋଠା

ସାଉଦି ନିର୍ମାଣ କରିବ ବିଶ୍ବର ସର୍ବବୃହତ କୋଠା

ନୂଆଦିଲ୍ଲୀ : ସାଉଦି ଆରବ ବିଶ୍ବର ସବର୍ବୃହତ କୋଠା ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ନିଓମ୍ ନାମକ ଏହି ପ୍ରକଳ୍ପରେ ୫୦,୦୦୦ କୋଟି ଡଲାର ନିବେଶ କରାଯିବ। ସାଉଦି କ୍ରାଉନ୍‌ ପ୍ରିନ୍‌ସ ମହମ୍ମଦ ବିନ୍ ସଲ୍‌ମାନଙ୍କ ତାହା ହେଉଛି ମାନସ ସନ୍ତାନ ଯେଉଁଥିରେ ୧,୬୪୦ ଫୁଟ ଉଚ୍ଚତା ବିଶିଷ୍ଟ ଦୁଇଟି ନଭଶ୍ଚୁମ୍ଭୀ ଅଟ୍ଟାଳିକା ରହିବ ଓ ଏହା ଡଜନ ମାଇଲ ଦୂର ପର୍ଯ୍ୟନ୍ତି ବ୍ୟାପିବ। ଏହି ଅଟ୍ଟାଳିକାଗୁଡ଼ିକରେ ଆବାସିକ, ରିଟେଲ ଓ ଅଫିସ ଆଦିର ବ୍ୟବସ୍ଥା କରାଯିବ। ଲୋହିତ ସାଗର ଉପକୂଳରୁ ମରୁଭୂମି ପର୍ଯ୍ୟନ୍ତ ଏହି ପ୍ରକଳ୍ପ ବ୍ୟାପିବ ଯେଉଁଠାରେ ଏବେ ଜନବସତି ବହୁତ କମ୍ ରହିଛି। ଅଧ ମାଇଲ ପର୍ଯ୍ୟନ୍ତ ଲମ୍ବା ନମୁନା ଉପରେ କାମ କରିବାକୁ ଡିଜାଇନରମାନଙ୍କୁ ନିର୍ଦେଶ ଦିଆଯାଇଛି।

ଯଦି ମୂଳ ଯୋଜନା ଅନୁସାରେ କାମ ହେବ ତେବେ ଗୋଟିଏ ଲେଖାଏଁ ଢାଞ୍ଚା ବିଶ୍ବର ବର୍ତ୍ତମାନ ସବୁଠୁ ବଡ଼ କୋଠାଠାରୁ ମଧ୍ୟ ବଡ଼ ହେବ। ୨୦୧୭ରେ ନିଓମ୍ ପ୍ରକଳ୍ପ ଘୋଷଣା କରାଯାଇଥିଲା। ତୈଳ ଉପରେ ରହିଥିବା ନିର୍ଭରଶୀଳତାକୁ କମ୍ କରିବା ଲାଗି ଅର୍ଥନୀତିରେ ବିବିଧତା ଆଣିବାକୁ କ୍ରାଉନ୍‌ସ ପ୍ରିନ୍ସ ସଲ୍‌ମାନ ବିଭିନ୍ନ ନୂଆ ଚିନ୍ତାଧାରା ଉପରେ କାମ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କର ଅଧିକାଂଶ ଯୋଜନା ବିଫଳ ହୋଇଥିବାରୁ ଏହି ପ୍ରକଳ୍ପର ସଫଳତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏବେ ବିଶ୍ବର ସବୁଠୁ ବଡ଼ କୋଠା ହେଉଛି ଦୁବାଇର ବୁର୍ଜ ଖଲିଫା। ପ୍ରିନ୍ସ ସଲ୍‌ମାନଙ୍କ ପୂର୍ବରୁ ସାଉଦି ପ୍ରିନ୍‌ସ ଅଲ୍‌ୱାଲିଦ ବିନ୍ ତଲାଲ ଜେଦାହ ସହରରେ ବିଶ୍ବର ସବୁଠୁ ବଡ଼ କୋଠା ନିର୍ମାଣ କରିବାକୁ ଘୋଷଣା କରିଥିଲେ। ତାହା ଅଧପନ୍ତରିଆ ହୋଇପଡ଼ିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe