କାଶ୍ମୀର ପ୍ରସଙ୍ଗରେ ସମର୍ଥନ ଦେବାକୁ ସାଉଦିଆରବର ପଛଘୁଞ୍ଚା

Advertisment
କାଶ୍ମୀର ପ୍ରସଙ୍ଗରେ ସମର୍ଥନ ଦେବାକୁ ସାଉଦିଆରବର ପଛଘୁଞ୍ଚା

Scroll.in

ଇସଲାମାବାଦ : ଇସ୍‌ଲାମିକ ସହଯୋଗ ସଂଗଠନରୟ (ଓଆଇସି)ର ପ୍ରମୁଖ ସଦସ୍ୟ ରାଷ୍ଟ୍ର ସାଉଦିଆରବ ଏବେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ଦେବାକୁ ପଛଘୁଞ୍ଚା ଦେଇଛି। ଏ ନେଇ ପାକିସ୍ତାନର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସାଉଦିଆରବର ‘ଉମ୍‌ହା’ ନେତା ପାକିସ୍ତାନକୁ ସମର୍ଥନ ଦେବାକୁ ମନା କରିଦେଇଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ୫୭ ସଦସ୍ୟ ବିଶିଷ୍ଟ ଇସ୍‌ଲାମିକ ସହଯୋଗ ସଂଗଠନର ଜଣେ ପ୍ରମୁଖ ସଦସ୍ୟ ଅଟେ। ସାଉଦିଆରବରେ ଆୟୋଜିତ ବିଦେଶ ମନ୍ତ୍ରୀ ପରିଷଦ ବୈଠକରେ ସାଉଦିଆରବ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ଦେବାକୁ ରୋକଠୋକ ମନା କରିଦେଇଛି। ସୂଚନାଯୋଗ୍ୟ, ବିଦେଶ ମନ୍ତ୍ରୀ ପରିଷଦ ବୈଠକରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ଉଦ୍ୟମ କରିଥିଲା। ମାତ୍ର, ସାଉଦିଆରବ ଏହା ଉପରେ ଆଲୋଚନା କରିବାକୁ ମନା କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe