ବିବାହ ସମୟରେ ସାଥିରେ ବସିଥିଲେ ବର-କନ୍ୟା,ଫଟୋ ଉଠାଇବା ପାଇଁ ମୁଣ୍ଡ ଉପରୁ ଓଢ଼ଣା ହଟାଇବାକୁ କହିଲେ ଫଟୋଗ୍ରାଫର,ତା’ ପରେ......

ବିବାହ ସମୟରେ ସାଥିରେ ବସିଥିଲେ ବର-କନ୍ୟା,ଫଟୋ ଉଠାଇବା ପାଇଁ ମୁଣ୍ଡ ଉପରୁ ଓଢ଼ଣା ହଟାଇବାକୁ କହିଲେ ଫଟୋଗ୍ରାଫର,ତା’ ପରେ......

bhaskar.com

ନୂଆଦିଲ୍ଲୀ : ସାଉଦି ଆରବରେ ବିବାହ ସମୟରେ ଘଟିଥିବା ଘଟଣାକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ବିବାହ ସମୟରେ ବର-କନ୍ୟା ସାଥିରେ ବସିଥିବା ସମୟରେ ଫଟୋଗ୍ରାଫର ଫଟୋ ଉଠାଇବା ପାଇଁ କନ୍ୟାକୁ ଓଢ଼ଣା ହଟାଇବା ପାଇଁ କହିଥିଲେ । ଯାହା ପରେ ବର କନ୍ୟାର ମୁହଁ ଦେଖି ତୁରନ୍ତ ବିବାହ ଭାଙ୍ଗିବା ପାଇଁ ନିଷ୍ପତି ନେଇଥିଲେ । ବର-କନ୍ୟା ବିବାହ ପୂର୍ବରୁ ପରସ୍ପରକୁ ଦେଖି ନଥିଲେ । ଯାହା ପାଇଁ କନ୍ୟାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହେବା ସହ ବିବାହ ଭାଙ୍ଗିବାକୁ କହିଥିଲା ବର । ଏହି ଘଟଣା ସୋସିଆଲ ମିଡିଆକୁ ଆସିବା ପରେ ବରର ଏପରି ଆଚରଣକୁ ସମସ୍ତେ ବିରୋଧ କରିଛନ୍ତି ।

publive-image Imgur

ସୂଚନା ମୁତାବକ, ସାଉଦି ଆରବର ମଦିନାରେ ଏହି ଘଟଣା ଘଟିଥିଲା । ବିବାହ ଚାଲିଥିବା ବେଳେ ଫଟୋଗ୍ରାଫର କନ୍ୟାକୁ ଓଢ଼ଣା ଟେକି ହସିବାକୁ କହିଥିଲେ । କନ୍ୟା ମୁଣ୍ଡ ଉପରକୁ ଓଢ଼ଣା ଟେକି ହସିବା ପରେ ବର କନ୍ୟାର ମୁହଁ ଦେଖି ଉଠି ପଡ଼ିବା ସହ ମୁଁ ଯେମିତି କଳ୍ପନା କରିଥିଲି ତୁମେ ସେମିତି ନୁହଁ । ମୁଁ ତୁମକୁ ବିବାହ କରି ପାରିବି ନାହିଁ ବୋଲି କହିଥିଲେ । ସଂପର୍କୀୟମାନେ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବର ବୁଝି ନଥିଲା । ଅନ୍ୟ ପକ୍ଷରେ, କନ୍ୟା ବିବାହ ଭାଙ୍ଗିବା ଦୁଃଖରେ କାନ୍ଦି କାନ୍ଦି ବେହୋସ ହୋଇ ଯାଇଥିଲେ । ଏହି ଖବର ପ୍ରସାର ହେବା ପରେ ସମସ୍ତେ ବରକୁ ବିରୋଧ କରିଥିଲେ ମଧ୍ୟ ସେ ବିବାହ ପାଇଁ ରାଜି ହୋଇ ନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe