ଖଶୋଗିଙ୍କୁ ହତ୍ୟା କରାଯିବାର ୫ ମାସ ପୂର୍ବରୁ ଜେଫ୍‌ ବେଜୋସ୍‌ଙ୍କ ଫୋନ୍‌ ହ୍ୟାକ୍‌ କରିଥିଲେ ସାଉଦୀ ଯୁବରାଜ: ରିପୋର୍ଟ

Advertisment
ଖଶୋଗିଙ୍କୁ ହତ୍ୟା କରାଯିବାର ୫ ମାସ ପୂର୍ବରୁ ଜେଫ୍‌ ବେଜୋସ୍‌ଙ୍କ ଫୋନ୍‌ ହ୍ୟାକ୍‌ କରିଥିଲେ ସାଉଦୀ ଯୁବରାଜ: ରିପୋର୍ଟ

Image Source: India Today

ନୂଆଦିଲ୍ଲୀ: ୨୦୧୮ରେ ‘ଆମାଜନ୍‌’ର ସଂସ୍ଥାପକ ଏବଂ ‘ଓ୍ଵାସିଂଟନ୍‌ ପୋଷ୍ଟ୍‍’ର ମାଲିକ ଜେଫ୍‌ ବେଜୋସ୍‌ଙ୍କ ମୋବାଇଲ୍‌ ଫୋନ୍‌ ହ୍ୟାକ୍‌ ହୋଇଥିବା କଥା ଜଣାପଡ଼ିଛି। ସାଉଦୀ ଯୁବରାଜ ମହମ୍ମଦ୍‌ ବିନ୍‌ ସଲ୍‌ମନ୍‌ଙ୍କ ହ୍ଵାଟ୍‌ସ୍‌ଆପ୍‌ ଆକାଉଣ୍ଟ୍‌ରୁ ଗୋଟାଏ ସାଙ୍କେତିକ ବାର୍ତ୍ତା ପାଇବା ପରେ ସେ ଏକଥା ଜାଣିପାରିଥିଲେ। ଏହାର ପାଞ୍ଚ ମାସ ପରେ ଯୁବରାଜ ସଲମାନ୍‌ଙ୍କ ନିର୍ଦେଶରେ ‘ଓ୍ଵାସିଂଟନ୍‌ ପୋଷ୍ଟ୍‍’ର ସ୍ତମ୍ଭକାର ଜମାଲା ଖଶୋଗିଙ୍କୁ ହତ୍ୟା କରାଯାଇଥିଲା ବୋଲି ‘ଦି ଗାର୍ଡିଆନ୍‌’ ଖବରକାଗଜ ରିପୋର୍ଟ କରିଛି।

ଏହି ବାର୍ତ୍ତାର ଫରେନ୍‌ସିକ୍‌ ବିଶ୍ଳେଷଣ କରାଯିବା ପରେ ସେଥିରୁ ବେଜୋସ୍‌ଙ୍କ ଫୋନ୍‌ରେ ଥିବା ଗୁଡ଼ାଏ ଡାଟା ଉଦ୍ଧାର କରାଯାଇଛି।

publive-image Image Source: Hindustan Times

ମେ ୧ ତାରିଖ ଦିନ ସାଉଦୀ ଯୁବରାଜଙ୍କ ଠାରୁ ମିଳିବା ପୂର୍ବରୁ ଜେଫ୍‌ ବେଜୋସ୍‌ ଏବଂ ମହମଦ୍‌ବିନ୍‌ ବିନ୍‌ ସଲ୍‌ମନ୍‌ କିଛି ଦିନ ଧରି ବନ୍ଧୁତ୍ୱପୂର୍ଣ୍ଣ ଭାବ ବିନିମୟ ଚଳାଇଥିଲେ।

ଯୁକ୍ତରାଷ୍ଟ୍ର ଆମେରିକା ଏହାର ତଦନ୍ତ ରିପୋର୍ଟ ପ୍ରକାଶ କରିବା ପରେ ହ୍ୟାକିଙ୍ଗ୍‌ରେ ସାଉଦୀ ଯୁବରାଜଙ୍କର ସମ୍ପୃକ୍ତି ଅଛି କି, ନାହିଁ ତାହା ସ୍ପଷ୍ଟ ହୋଇଯିବ।

ପୂର୍ବରୁ ଜେଫ୍‌ ବେଜୋସ୍‌ଙ୍କ ଫୋନ୍‌ ହ୍ୟାକିଙ୍ଗ୍‌ ଯୋଗୁଁ ତାଙ୍କର ପରକୀୟ ପ୍ରୀତି ମେସେଜ୍‌ ଜଣାପଡ଼ିବାରୁ ତାଙ୍କ ୨୫ ବର୍ଷିୟ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ପରେ ପରେ ପତ୍ନୀ ତାଙ୍କୁ ଛାଡ଼ପତ୍ର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe