ଷ୍ଟାଡିୟମ୍‌ରେ ବସି ପୁରୁଷମାନଙ୍କ ଫୁଟ୍‌ବଲ୍‌ ଖେଳ ଦେଖିବା ଅଧିକାର ପାଇଲେ ସାଉଦୀ ମହିଳା

Advertisment
ଷ୍ଟାଡିୟମ୍‌ରେ ବସି ପୁରୁଷମାନଙ୍କ ଫୁଟ୍‌ବଲ୍‌ ଖେଳ ଦେଖିବା ଅଧିକାର ପାଇଲେ ସାଉଦୀ ମହିଳା

Image Courtesy of Reuters

ଜେଦ୍ଦା: ପ୍ରଥମ ଥର ଲାଗି ସାଉଦି ଆରବର ମହିଳାମାନେ ଷ୍ଟାଡିୟମ୍‌ରେ ବସି ପୁରୁଷମାନେ ଖେଳୁଥିବା ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖିବାର ଅଧିକାର ପାଇଛନ୍ତି।

ଶୁକ୍ରବାର ଦିନ ଜେଦ୍ଦା ସହରସ୍ଥ କିଙ୍ଗ୍‌ ଅବଦୁଲ୍ଲା ଷ୍ଟାଡିୟମ୍‌ରେ ‘ଅଲ୍‌-ଆହ୍‌ଲି’ ବନାମ ‘ଅଲ୍‌-ବାତିନ’ ଟିମ୍‌ ମଧ୍ୟରେ ଅନୁଷ୍ଠିତ ଏକ ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖିବାକୁ ସାଉଦୀ ମହିଳାମାନେ ନିଜ ସ୍ୱାମୀ, ପିଲାଝିଲା ଏବଂ ବନ୍ଧୁବାନ୍ଧବଙ୍କୁ ସହ ଫ୍ୟାମିଲି ସେକ୍‌ସନ୍‌ରେ ବସିଥିଲେ।

ଅକ୍ଟୋବର ମାସରେ ଜେନେରାଲ୍‌ ସ୍ପୋଟ୍‌ସ୍‌ ଅଥରିଟି ଘୋଷଣା କରିଥିଲେ ଯେ ୨୦୧୮ରୁ ଜେଦ୍ଦା, ଦାମ୍ମାମ୍‌ ଏବଂ ରିୟାଦ୍‌ ଆଦି ସହରରେ ସପରିବାର ବସି ଖେଳ ଦେଖି ପାରିବା ଭଳି ବ୍ୟବସ୍ଥା ଆରମ୍ଭ ହେବ।

ସର୍ବସାଧାରଣଙ୍କ ସହ ମିଶି ମହିଳାମାନଙ୍କୁ ଖେଳ ଦେଖିବାର ଅଧିକାର ଦିଆଯିବା ନିଷ୍ପତ୍ତିରୁ ଜଣାପଡୁଛି ଯେ ଅତି ରକ୍ଷଣଶୀଳ ମୁସଲମାନ ରାଜ୍ୟରେ ନୂତନ ପ୍ରଗତିଶୀଳ ଧାରା ପ୍ରବେଶ କରୁଛି। ଗତ କେତେ ମାସ ମଧ୍ୟରେ ସେଠାରେ ଏ ଭଳି ଅନେକ କ୍ଷେତ୍ରରେ ପରିବର୍ତ୍ତନ ଘଟିଲାଣି।

ଗୁରୁବାର ଦିନ ଜେଦ୍ଦା ଠାରେ ଅନୁଷ୍ଠିତ ଆରବର ପ୍ରଥମ କାର୍‌ ପ୍ରଦର୍ଶନୀ ମହିଳାମାନଙ୍କୁ ଧ୍ୟାନରେ ରଖି ଆୟୋଜିତ ହୋଇଥିଲା। ଅଳ୍ପ କେତେ ମାସ ତଳେ ସାଉଦି ଆରବ ଘୋଷଣା କରିଥିଲା କି, ସେଠାରେ ମହିଳାମାନଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ଦିଆଯିବ।

ଏହି ପରିବର୍ତ୍ତନକୁ ସାଉଦୀର ୩୨ ବର୍ଷିୟ ଯୁବରାଜ ମହମ୍ମଦ ବିନ୍‌ ସଲମନ୍‌ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe