ୟେମେନ ସୀମାରେ ହେଲିକପ୍ଟର ଦୁର୍ଘଟଣା:ସାଉଦୀ ଯୁବରାଜଙ୍କ ସମେତ ୮ ମୃତ

Advertisment
ୟେମେନ ସୀମାରେ ହେଲିକପ୍ଟର ଦୁର୍ଘଟଣା:ସାଉଦୀ ଯୁବରାଜଙ୍କ ସମେତ ୮ ମୃତ

ରିୟାଦ: ରବିବାର ସାଉଦି ଆରବର ୟେମେନ ସୀମାନ୍ତ ଆଭାଠାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ବରିଷ୍ଠ ସାଉଦୀ ଯୁବରାଜ ତଥା ଆସିର ପ୍ରଦେଶର ଉପରାଜ୍ୟପାଳ ମନ୍‌ସୌର ବିନ୍‌ ମୁକରିନ୍‌ଙ୍କ ସହିତ ୭ ଜଣ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଆଭା ସହରର ପଶ୍ଚିମ ଉପକୂଳରେ ସ୍ଥାପିତ କିଛି ପ୍ରକଳ୍ପର ପରିଦର୍ଶନ ସାରି ରବିବାର ସନ୍ଧ୍ୟାରେ ଯୁବରାଜ ମନ୍‌ସୌର ଅନ୍ୟ କର୍ମଚାରୀଙ୍କ ସହିତ ହେଲିକପ୍ଟରରେ ଫେରୁଥିବା ବେଳେ ଏଭଳି ଅଘଟଣ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ରେଡା ଜଙ୍ଗଲରେ ଠାବ ହୋଇଥିବା ବେଳେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ।
ଅପରପକ୍ଷେ, ସାଉଦି ଆରବ ସମ୍ରାଟ(କ୍ରାଉନ୍‌ ପ୍ରିନ୍ସ) ମହମ୍ମଦ ବିନ୍‌ ସଲ୍‌ମାନ ଦୁର୍ନୀତିରେ ବୁଡ଼ିଥିବା ଅଭିଯୋଗରେ ସୁରକ୍ଷା ମୁଖ୍ୟ ମିତେବ ବିନ୍‌ ଅବଦୁଲ୍ଲାଙ୍କ ସମେତ ଦେଶର ୧୧ ଜଣ ଯୁବରାଜଙ୍କୁ ଗତକାଲି ଗିରଫ କରିବା ପରେ ଆଜିର ଦୁର୍ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଚାଲିଛି। ଉଲ୍ଲେଖ ଥାଉ କି, ୟେମେନରେ ବିଦ୍ରୋହୀ ହାଉଥିମାନଙ୍କୁ ଦମନ କରିବା ଲାଗି ଗତ ଅଢ଼େଇ ବର୍ଷ ହେଲା ସାଉଦି ଆରବ ଏକ ମିଳିତ ସେନାର ନେତୃତ୍ୱ ନେଉଛି। ହାଉଥିମାନେ ନିକ୍ଷେପ କରିଥିବା ଏକ କ୍ଷେପଣାସ୍ତ୍ରକୁ ଶନିବାର ସାଉଦୀ ସେନା ଧ୍ୱଂସ କରିଦେଇଥିଲା। ସୁତରାଂ ମନ୍‌ସୌରଙ୍କ ହେଲିକପ୍ଟରକୁ ହାଉଥିମାନେ ଖସାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe