ବିଜେପି ସରକାରକୁ ଟାର୍ଗେଟ କଲେ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜ

କହିଥିଲେ ନିର୍ବାଚନ ପରେ ମହିଳାଙ୍କ ଖାତାକୁ ଯିବ ୨୫୦୦ ଟଙ୍କା, ୫ଶହ ଟଙ୍କାରେ ମିଳିବ ରୋଷେଇ ଗ୍ୟାସ୍ । କିନ୍ତୁ ନିର୍ବାଚନ ଫଳାଫଳ ଆସିବା ଏବଂ ଦିଲ୍ଲୀରେ ବିଜେପି ସରକାର ଗଢିବାକୁ ମାସେ ପାର୍ ହୋଇଗଲାଣି କିନ୍ତୁ କୌଣସି ଗୋଟିଏ ବି ପ୍ରତିଶ୍ରୁତି ପୂରା ହେଲାନି। 

Sourav bhardwaj

ନୂଆଦିଲ୍ଳୀ: କହିଥିଲେ ନିର୍ବାଚନ ପରେ ମହିଳାଙ୍କ ଖାତାକୁ ଯିବ ୨୫୦୦ ଟଙ୍କା, ୫ଶହ ଟଙ୍କାରେ ମିଳିବ ରୋଷେଇ ଗ୍ୟାସ୍ । କିନ୍ତୁ ନିର୍ବାଚନ ଫଳାଫଳ ଆସିବା ଏବଂ ଦିଲ୍ଲୀରେ ବିଜେପି ସରକାର ଗଢିବାକୁ ମାସେ ପାର୍ ହୋଇଗଲାଣି କିନ୍ତୁ କୌଣସି ଗୋଟିଏ ବି ପ୍ରତିଶ୍ରୁତି ପୂରା ହେଲାନି। 

ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ସରକାର ଗଠନ ହେବାର ପ୍ରଥମ ଦିନରୁ, ଆମ ଆଦମୀ ପାର୍ଟିର ରେଖା ଗୁପ୍ତା ସରକାରଙ୍କ ପ୍ରତି କଠୋର ମନୋଭାବ ରହିଛି । ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ପରେ ଏବେ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜ ମଧ୍ୟ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଗ୍ୟାରେଣ୍ଟି ଅର୍ଥାତ୍ ମହିଳା ସମୃଦ୍ଧି ଯୋଜନା ଆଜି ଯାଏ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।  ଅତି କମରେ ବିଜେପି ହୋଲିରେ ଗରିବ ଲୋକଙ୍କୁ ମାଗଣା ସିଲିଣ୍ଡର ଦେବାର ପ୍ରତିଶ୍ରୁତି ପୂରଣ କରିବା ଉଚିତ । ଦେଶର ପ୍ରଧାନମନ୍ତ୍ରୀଙ୍କ ବଚନ ବହୁତ ଗୁରୁତ୍ୱ ବହନ କରେ । କିନ୍ତୁ ପ୍ରଧାନମନ୍ତ୍ରୀ ଦେଇଥିବା ଗୋଟିଏ ବି ବଚନ ଏବେ ଯାଏ ପୂରା ହୋଇପାରିଲା ନାହିଁ ।  ପ୍ରଧାନମନ୍ତ୍ରୀ ଦିଲ୍ଲୀର ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ମାର୍ଚ୍ଚ ୮ ତାରିଖ ପୂର୍ବରୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୫୦୦ ଟଙ୍କା ଆସିବା ଆରମ୍ଭ ହେବ । ଏବେ ସୁଦ୍ଧା କାହାରି ଆକାଉଣ୍ଟକୁ ଟଙ୍କାଟିଏ ବି ଆସିନାହିଁ ।"  

ସୌରଭ ଭରଦ୍ୱାଜ ଆହୁରି କହିଛନ୍ତି, "ଦିଲ୍ଲୀର ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ଗ୍ୟାରେଣ୍ଟି ଥିଲା ୫୦୦ ଟଙ୍କାରେ ସିଲିଣ୍ଡର ଦେବା ।  ସେ ଏହା ମଧ୍ୟ କହିଥିଲେ ଯେ ଗରିବମାନଙ୍କୁ ହୋଲି ଏବଂ ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର ମିଳିବ । ଆଉ ୫ ଦିନ ପରେ ହୋଲି ପର୍ବ । ଦୟାକରି ବିଜେପି ସରକାର ଏବେ ହୋଲି ଉପରେ କମିଟି ନ ବସାନ୍ତୁ । ଆଉ ଏହା ନକୁହନ୍ତୁ କି, ହୋଲିରେ ମାଗଣା ଗ୍ୟାସ୍ ଦେବା କଥା କମିଟି ନିଷ୍ପତ୍ତି ନେବ । ଦିଲ୍ଲୀବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ତାରିଖ ଦେଇଥିଲେ । ଏବେ ପୁଣି କାହିଁକି ତାରିଖ ପରେ ତାରିଖ ଆସୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe